ଟୋକିଓ: ଟୋକିଓ ଅଲିମ୍ପିକ ଆରମ୍ଭ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି। ଏହାରି ଭିତରେ ଅଲିମ୍ପିକ୍ ଉପରେ ଲାଗିଛି କରୋନା ଗ୍ରହଣ। କ୍ରୀଡା ଗ୍ରାମରେ ଥିବା ୨ ଆଥଲେଟ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣର ଏହା ହେଉଛି ତୃତୀୟ ମାମଲା। ଏହା ପୂର୍ବରୁ ମଧ୍ୟ ଜଣେ ଆଥଲେଟ୍ କରୋନା ପଜିଟିଭ୍ ହୋଇଥିଲେ।
ଏଏଫ୍ପିର ରିପୋର୍ଟ ମୁତାବକ ସଂକ୍ରମିତ ହୋଇଥିବା ଏହି ଦୁଇ ଆଥଲେଟ୍ ଟୋକିଓ ଅଲିମ୍ପିକର କ୍ରୀଡା ଗ୍ରାମରେ ଥିଲେ। ତେବେ ସଂକ୍ରମିତ ହୋଇଥିବା ଆଥଲେଟ୍ କେଉଁ ଦେଶର ତାହା ଏଯାଏଁ ଜଣାପଡି ନାହିଁ।
ଟୋକିଓ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ଆଥଲେଟମାନଙ୍କୁ ୧୪ ଦିନିଆ ସଂଗରୋଧରେ ରହିବାକୁ ପଠାଯାଇଛି । ଆୟୋଜକ କମିଟିର ସିଇଓ ତୋଷିରୋ ମୁଟୋ କହିଛନ୍ତି, ଯଦି ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣ ମାମଲା ବଢେ ତାହେଲେଲ ଅନିଶ୍ଚିତତା ଭିତରେ ରହିପାରେ।
ଏହାପୂର୍ବରୁ କ୍ରୀଡା ଗାଁର ଜଣେ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଥିଲା। ସଂକ୍ରମିତ ବ୍ୟକ୍ତି ଆୟୋଜକ ବୋର୍ଡର ସଦସ୍ୟ ଏବଂ ତାଙ୍କୁ ୧୪ ଦିନ ପାଇଁ କ୍ୟାରେଣ୍ଟାଇନ୍କୁ ପଠାଯାଇଛି।
ଏହାର ତିନି ଦିନ ପୂର୍ବରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଜଣେ ଖେଳାଳି ଏବଂ ପାଞ୍ଚ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ବ୍ୟତୀତ ବ୍ରାଜିଲ ଜୁଡୋ ଦଳର ହୋଟେଲ କର୍ମଚାରୀଙ୍କ କିଛି ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା।
ସୂଚନା ମୁତାବକ ଅଲିମ୍ପିକ୍ କ୍ରୀଡା ଗ୍ରାମରେ ଅଲିମ୍ପିକ୍ସ ସମୟରେ ପ୍ରାୟ ୧୧,୦୦୦ ଆଥଲେଟ୍ ଏବଂ ହଜାର ହଜାର କର୍ମଚାରୀ ରହିବାର ବ୍ୟବସ୍ଥା ହୋଇଛି।
Two athletes test positive for Covid-19 in Olympic Village, say officials: AFP News Agency
— ANI (@ANI) July 18, 2021
The post ଟୋକିଓ ଅଲିମ୍ପିକ: ଆଉ ୨ ଆଥଲେଟ୍ କରୋନା ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3ijL7XD
No comments:
Post a Comment