ବର୍ଷା ବିତ୍ପାତ, କାନ୍ଥ ଭୁସୁଡ଼ି ୧୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

ବର୍ଷା ବିତ୍ପାତ, କାନ୍ଥ ଭୁସୁଡ଼ି ୧୮ ମୃତ

ମୁମ୍ବାଇ: ପ୍ରବଳ ବର୍ଷାରେ ଉବୁଟୁବୁ ମାୟାନଗରୀ। ବର୍ଷା ଯୋଗୁଁ ଜନଜୀବନ ବେହାଲ। ଘଣ୍ଟା ଘଣ୍ଟା ଧରି ବର୍ଷା ଯୋଗୁଁ ମୁମ୍ବାଇର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଯାତାୟତ ଏକପ୍ରକାର ଠପ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଛି।

ଚେମ୍ବୁର ଅଞ୍ଚଳରେ କାନ୍ଥ ଭୁୁସୁଡି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବିକ୍ରୋଲି ଅଞ୍ଚଳରେ ୬ ଜଣ ପ୍ରାଣ ହରାଇଛନ୍ତି। ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି। ଏବେବି ଅନେକ ଲୋକେ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ୱାଶିନାକାର ନ୍ୟୁ ଭାରତ ନଗରରେ ଏହି ଦୁର୍ଘଟଣା ଘଟିଛି। ଲଗାତର ବର୍ଷା ଯୋଗୁଁ ଏକ ବିରାଟ ଗଛ ଉପୁଡି କାନ୍ଥ ଉପରେ ପଡିଥିଲା। ଫଳରେ କାନ୍ଥଟି ଭୁସୁଡି ପଡିଥିଲା। ପ୍ରାୟ ୧୮ ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଲଗାତାର ବର୍ଷା ହେଉଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ଚେମ୍ବୁରରେ ଏଯାଏଁ ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି।

ପ୍ରବଳ ବର୍ଷା ହେତୁ  ଜଳମୟ ହୋଇଯାଇଛି ମୁମ୍ବାଇ। ସହରର ଗାନ୍ଧୀ ବଜାର ରାସ୍ତା ପାଣିରେ ବୁଡିରହିଥିବାରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ ସେତିକି ନୁହେଁ ବର୍ଷା ପାଇଁ ଭାରତୀୟ ରେଳବାଇର ସେବା ଉପରେ ମଧ୍ୟ ଅନେକ ପ୍ରଭାବ ପକାଇଛି। ମୁମ୍ବାଇର ରେଳ ଟ୍ରାକ୍ ସମ୍ପୂର୍ଣ୍ଣ ପାଣିରେ ବୁଡ଼ିଯାଇଛି।

The post ବର୍ଷା ବିତ୍ପାତ, କାନ୍ଥ ଭୁସୁଡ଼ି ୧୮ ମୃତ appeared first on Odisha Reporter.



from Odisha Reporter https://ift.tt/36L2Fqi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages