ମାଷ୍ଟରକ୍ୟାଣ୍ଟିନ ଛକରୁ ଘୁଞ୍ଚିବନି ଐତିହ୍ୟ ଘୋଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ମାଷ୍ଟରକ୍ୟାଣ୍ଟିନ ଛକରୁ ଘୁଞ୍ଚିବନି ଐତିହ୍ୟ ଘୋଡ଼ା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବହୁ ବିବାଦ ଓ ସମାଲୋଚନା ପରେ ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର।  ସ୍ଥାନାନ୍ତର ହେବନି ମାଷ୍ଟରକ୍ୟାଣ୍ଟିନ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। କଂଗ୍ରେସ ସହ ବହୁ ସଂଗଠନ ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିବା ପରେ ମୁହଁ ଫିଟାଇଛନ୍ତି ବିଏମ୍‌ସି କମିଶନର। ବର୍ଷ ବର୍ଷ ଧରି ମାଷ୍ଟର କ୍ୟାଣ୍ଟିନର ଶୋଭା ବଢ଼ାଉଥିବା ଐହିତ୍ୟ ଘୋଡ଼ା ନିଜ ଜାଗାରୁ ଅନ୍ୟତ୍ର ସ୍ଥାନାନ୍ତର ହେବନି ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିବା କହିଲେ ବିଏମ୍‌ସି କମିଶନର।

ସୂଚନାଯୋଗ୍ୟ,  ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟି ମୋଡାଲ ହବ୍ ନିର୍ମାଣ ସହ ସ୍ମାର୍ଟ ଜନପଥର ବିକାଶ ପାଇଁ ବିଏମ୍‌ସି ପ୍ରସ୍ତୁତ କରିଥିଲା ଯୋଜନା । ଏଥିନିମନ୍ତେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବାକୁ ସ୍ଥିର ହୋଇଥିଲା।  ଏପରିକି ବର୍ଷ ବର୍ଷ ଧରି ଏହି ଛକର ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ହେଉଥିଲା ଯୋଜନା   ।

ଏହାସହ ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକରେ ଦେଖାଯିବ ନାହିଁ।  ସେଥିପାଇଁ ମାଷ୍ଟରକ୍ୟାଣ୍ଟିନରୁ ଏହି ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜରୁରୀ ଥିଲା ବୋଲି କହିଥିଲେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ। ଗତ ୮ ତାରିଖରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।

ଏହି ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତର ପ୍ରକ୍ରିୟା ଏକ ମାସ ମଧ୍ୟରେ ସରିବ । ରାଜଭବନର ଗୋଲେଇ ଛକରେ ଏହି ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତିକୁ ସ୍ଥାପନ କରାଯିବ ବୋଲି କୁହାଯାଇଥିଲା।

ମାଷ୍ଟର କ୍ୟାଣ୍ଟିନ ଛକରେ ଏହି ମୂର୍ତ୍ତିକୁ ୧୯୮୮ ମସିହାରେ ସ୍ଥାପନ କରାଯାଇଥିଲା ।  ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହି ମୂର୍ତ୍ତି ନିର୍ଣାଣ କରିଥିଲେ ।  ସେପଟେ ମାଷ୍ଟରକ୍ୟାଣ୍ଟିନରେ ଏହି ଘୋଡା ଓ ଯୋଦ୍ଧା ମୂର୍ତ୍ତିର ସ୍ଥାନାନ୍ତରକୁ ରାଜ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।  ମୂର୍ତ୍ତିର ସ୍ଥାନାନ୍ତରକୁ ବିରୋଧ ଜଣାଇ ପ୍ରତିବାଦ କରିଥିଲେ ବିଜେପି କର୍ମୀ । ମୂର୍ତ୍ତି ସ୍ଥାନାନ୍ତର ବନ୍ଦ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ  ବିଜେପି ଓ କଂଗ୍ରେସ ଚେତାବନୀ ଦେଇଥିଲେ। ଶେଷରେ ନିଜ ନିଷ୍ପତ୍ତିରୁ ଓହରିଛନ୍ତି ରାଜ୍ୟ ସରକାର।

The post ମାଷ୍ଟରକ୍ୟାଣ୍ଟିନ ଛକରୁ ଘୁଞ୍ଚିବନି ଐତିହ୍ୟ ଘୋଡ଼ା appeared first on Odisha Reporter.



from Odisha Reporter https://ift.tt/3iTx0IB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages