ଶ୍ରୀନଗର: ଏବେ ଜମ୍ମୁ କଶ୍ମୀରର ଜଣେ ମହିଳାଙ୍କୁ ବିବାହ କରୁଥିବା ବାହାର ଲୋକ ମଧ୍ୟ ସେଠିକାର ବାସିନ୍ଦା ଭାବରେ ବିବେଚିତ ହୋଇପାରିବେ। ଏହି ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳର ବାସସ୍ଥାନ ଆଇନରେ ସଂଶୋଧନ କରି ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ସେଠିକାର ସରକାର। ଏମିତିକି ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ (ଯିଏ ଅନ୍ୟ ରାଜ୍ୟର) ମଧ୍ୟ ଆବାସିକ ପ୍ରମାଣପତ୍ର ପ୍ରଦାନ ପାଇ ପାରିବେ ବୋଲି ସରକାର ଘୋଷଣା କରିଛନ୍ତି। ଏହାପୂର୍ବରୁ, ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି ଏଠିକାର ବାସସ୍ଥାନ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ହେଉନଥିଲେ।
ମଙ୍ଗଳବାର ଏହି କେନ୍ଦ୍ରଶାସିତ ଅଞ୍ଚଳ ସରକାର ଜମ୍ମୁ କଶ୍ମୀରର ଝିଅ ଅନ୍ୟ ସ୍ଥାନର ପୁଅକୁ ବିବାହ କଲେ ଆବାସିକ ପ୍ରମାଣପତ୍ର ପ୍ରଦାନର ଯେଉଁ ପ୍ରତିବନ୍ଧକ ଥିଲା ହଟାଇ ଦେଇଛନ୍ତି। ସରକାରଙ୍କ ଏହି ଘୋଷଣା ସହିତ ଜମ୍ମୁ କଶ୍ମୀରରେ ରହୁଥିବା ଜଣେ ମହିଳାଙ୍କ ସ୍ୱାମୀ ଆବାସିକ ପ୍ରମାଣପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଯାହାକି ଦେଶର ଅନ୍ୟ ସମସ୍ତ ସ୍ଥାନରେ ରହିଛି। କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ବେଳେ ୩୫ଏକୁ ରଦ୍ଦ କରିଥିଲେ। ଏହାର ଅର୍ଥ ଦେଶର ଅନ୍ୟ ପ୍ରାନ୍ତରେ ଯେଉଁ ସୁବିଧା ରହିଛି ସମାନ ସୁବିଧା ଏଠାରେ ମଧ୍ୟ ମିଳିବ। ଏବେ ଏହି ଆଇନକୁ ଧୀରେ ଧୀରେ ଲାଗୁ କରୁଛନ୍ତି ଜମ୍ମୁ କଶ୍ମୀର ସରକାର।
ଜମ୍ମୁ କଶ୍ମୀର ଡୋମିସାଇଲ ସାର୍ଟିଫିକେଟ୍ (ପ୍ରଣାଳୀ) ନିୟମ, ୨୦୨୦ ଅନୁଯାୟୀ ଏହି ନୂଆ ଧାରା ଯୋଡିବା ପରେ, ବର୍ତ୍ତମାନ ଏହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ପତି କିଛି ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ଆବାସିକ ପ୍ରମାଣପତ୍ର ପାଇପାରିବେ। ଯେଉଁ ଦସ୍ତାବିଜ ଗୁଡ଼ିକ ଦାଖଲ କରିବାକୁ ପଡ଼ିବ ସେଥିମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ବାସସ୍ଥାନ ପ୍ରମାଣପତ୍ର ଏବଂ ବିବାହ ସମ୍ବନ୍ଧୀୟ ଦଲିଲ ରହିଛି।
ମଙ୍ଗଳବାର ସରକାର ଦେଇଥିବା ଆଦେଶରେ କୁହାଯାଇଛି ଯେ ତହସିଲଦାରଙ୍କୁ ଘରୋଇ ପ୍ରମାଣପତ୍ର ଦେବା ପାଇଁ ଦକ୍ଷ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସଚିବ ମନୋଜ ଦ୍ୱିବେଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ରାଜ୍ୟର ମହିଳାମାନଙ୍କୁ ଏଠାରେ ରାଜ୍ୟ ବିଷୟ ଉପରେ ବିଚାର କରି ବାସସ୍ଥାନ ଦିଆଯାଇଥିଲା।
ଏବାବାଦ ପୂର୍ବରୁ ବାହାର ରାଜ୍ୟର ଲୋକେ ଜମ୍ମୁ କଶ୍ମୀରରେ ଜାଗା କିମ୍ୱା ଘର କିଣିପାରୁନଥିଲେ। ଏବେ ଏହି ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ଅର୍ଥାତ୍ ଜଣେ ଓଡ଼ିଶାର ଲୋକ ଜମ୍ମୁ କଶ୍ମୀର ଯାଇ ଘର ଏବଂ ଜାଗା କିଣିପାରିବ। ସମାନ ନୀତି ଚାକିରି କ୍ଷେତ୍ରରେ ମଧ୍ୟ ରହିଛି। ଡୋମିସାଇଲ ନିୟମରେ ସଂଶୋଧନ ପୂର୍ବରୁ ଏପରି ସୁବିଧା ନଥିଲା।
The post ଏବେ କଶ୍ମୀରୀ ଝିଅଙ୍କୁ ବିବାହ କଲେ ହୋଇପାରିବେ ସେଠାକାର ବାସିନ୍ଦା appeared first on Odisha Reporter.
from Odisha Reporter https://ift.tt/2V28qgH
No comments:
Post a Comment