୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ

ନୂଆପଡ଼ା (ମାୟାଧର ସରାଫ): ଚାରି ଦିନ ହେଲା ନୂଆପଡ଼ା ବନ ବିଭାଗର ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ଭାଲୁଟିକୁ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି।

ଲଗାତାର ୪ ଦିନ ହେଲାଣି ରାତି ହେଲେ ନୂଆପଡ଼ ସହର ଭିତରକୁ ଏହି ଭାଲୁଟି ପଶି ଆସୁଥିଲା। ଏପରିକି ସେ ଜିଲ୍ଲାପାଳଙ୍କ ସରକାରୀ ବାସ ଭବନ ପରିସରରେ ପଶି ଯାଉଥିଲା।
ଭାଲୁଟିର ଗତିବିଧି ଉପରେ ବନ ବିଭାଗ କର୍ମଚାରୀ ନଜର ରଖିଥିଲା। ଗତକାଲି ରାତିରେ ଭାଲୁଟି ପୁଣି ସହର ମଧ୍ୟକୁ ଆସିଥିଲା। ଭାଲୁଟିକୁ ପ୍ରଥମେ ତେଲିପଡ଼ା ଦୁର୍ଗାମଣ୍ଡପ ପାଖରେ ଠାବ କରାଯାଇଥିଲା। ଏହା ପରେ ଭାଲୁଟି ନୂଆପଡ଼ା ଥାନା ପରିସରରେ ପଶିଥିଲା। ସେଠାରୁ ଭାଲୁ ବାହାରି ସହର ସାରା ବୁଲିବା ପରେ ରାତି ପ୍ରାୟ ଗୋଟାଏ ବେଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରେ ପଶିଥିଲା। ସେଠାରେ ବନ ବିଭାଗ ପକ୍ଷରୁ ଯନ୍ତା ବସା ଯାଇଥିଲା। ରାତି ପ୍ରାୟ ୩ଟା ବେଳେ ଭାଲୁଟି ସେଠାରେ ଯନ୍ତାରେ ପଡ଼ିଥିଲା।

ଭାଲୁଟିକୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ତାକୁ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ା ଯିବ ବୋଲି ଜଣାପଡ଼ିଛି।

The post ୪ ଦିନ ପରେ ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ଧରା ପଡ଼ିଲା ଭାଲୁ appeared first on Odisha Reporter.



from Odisha Reporter https://ift.tt/2VVkCAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages