ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ରାଜ କୁନ୍ଦ୍ରା ଏବେ ଜେଲ୍ରେ ଅଛନ୍ତି। ଅନ୍ୟପଟେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଅନେକ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି। ଘରଠାରୁ ଆରମ୍ଭ କରି ଅଫିସ ଏବଂ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି କ୍ରାଇମବ୍ରାଞ୍ଚ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଏକ ନୂଆ ସୁରାଗ । ରାଜ କୁନ୍ଦ୍ରାଙ୍କ ଅଫିସରୁ ମିଳିଛି ଗୁପ୍ତ ଲକର୍।
ଅନ୍ଧେରୀ ସ୍ଥିତ ଭିଆନ୍ ଇଣ୍ଡଷ୍ଟ୍ରୀ ଏବଂ ଜେଲ୍ ଷ୍ଟ୍ରିମ୍ ଅଫିସରୁ ଏହି ସିକ୍ରେଟ୍ ଲକର ମିଳିଛି। ଏନେଇ ଗତକାଲି ପୁଲିସ ସୂଚନା ଦେଇଛି। ଏହି ଲକର୍ରୁ କ୍ରିପ୍ଟୋକରନ୍ସି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।
କୁହାଯାଉଛି ଯେ ଏହି ଲକରକୁ ଅଫିସରେ ଲୁଚାଇ ରଖାଯାଇଥିଲା। ଏଥିରେ ବ୍ୟବସାୟ, କ୍ରିପ୍ଟୋକରେନ୍ସି ସହିତ ଜଡିତ ଅନେକ ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଛି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ସେସବୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଛି।
ସେପଟେ ରାଜ କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କୁ ପଚରାଉଚରା କରିବା ପରେ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାରେ ଆର୍ଥିକ ଅସ୍ଥିରତାର ଯାଞ୍ଚ କରୁଛି । କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ଯେ ରାଜ କୁନ୍ଦ୍ରା କ୍ରିକେଟ୍ ବେଟିଂ ଏବଂ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିଥିବା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ବହୁ ଟଙ୍କା ରୋଜଗାର କରିଥିଲେ।
ସେପଟେ ରାଜ କୁନ୍ଦ୍ରା ଜେଲ୍ରୁ ମୁକୁଳିବା ପଇଁ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ସୋମବାର କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ଅଛି। ସୂଚନା ମୁତାବକ ପର୍ଣ୍ଣ ଭିଡିଓ ତିଆରି ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୁଲିସ ଗିରଫ କରିଥିଲା । ତାଙ୍କୁ ୨୭ ତାରିଖ ଯାଏଁ ପୁଲିସ ହେପଜତରେ ରଖାଯାଇଛି।
Crime Branch has found a hidden cupboard in
actor Shilpa Shetty's husband & businessman Raj Kundra's Viaan and JL Stream office in Mumbai's Andheri during searches in connection with a pornography case: Mumbai Police pic.twitter.com/IfGCTl3cIE— ANI (@ANI) July 24, 2021
The post ରାଜ କୁନ୍ଦ୍ରାଙ୍କ ଅଫିସରୁ ମିଳିଲା ସିକ୍ରେଟ୍ ଲକର୍ appeared first on Odisha Reporter.
from Odisha Reporter https://ift.tt/3eTktnD
No comments:
Post a Comment