ଓଡ଼ିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ଓଡ଼ିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଓଡ଼ିଆ ପୁଅଙ୍କୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ସମ୍ବଲପୁରର ଇସାକ ମୁଣ୍ଡାଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କଲେ ମୋଦି। ଇସାକ ମୁଣ୍ଡା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଜଣେ ଶ୍ରମିକ ଭାବେ କାମ କରୁଥିବା ଇଷାକ ଆଜି ୟୁଟ୍ୟୁବର। ୟୁଟ୍ୟୁବରେ ବିଶେଷ କରି ଇଷାକ ଓଡ଼ିଶାର ପଖାଳ ନେଇ ଭିଡିଓ କରିଥିଲେ। ଯାହା ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଠାରୁ ଅଲଗା ଅନୁଭବ ହୋଇଥିଲା। ଇସାକ ମୁଣ୍ଡା ଆଜି ନିଜ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଅର୍ଥ ରୋଜଗାର କରୁଛନ୍ତି।

ତାଙ୍କ ଭିଡିଓରେ ସ୍ଥାନୀୟ ଖାଦ୍ୟ, ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ, ନିଜ ଗାଁ, ନିଜ ଜୀବନଶୈଳୀ ଓ ପରିବାର ସଂପର୍କରେ କହିଥାନ୍ତି। ଟେକ୍ନୋଲୋଜିକୁ ବ୍ୟବହାର କରି ଇସାକ ମୁଣ୍ଡା ଆଜି ୟୁଟ୍ୟୁବ୍ ସେନସେସନ୍ ହୋଇଯାଇଥିବାରୁ ମୋଦି ତାଙ୍କୁ ପ୍ରଶଂସା କରିଛନ୍ତି।

୭୯ତମ ମନ କି ବାତ୍ କାର୍ଯ୍ୟକ୍ରମରେ ମୋଦି ଟୋକିସ ଅଲିମ୍ପିକ ବିଷୟରେ ମଧ୍ୟ କହିଛନ୍ତି। ଟୋକିଓ ଅଲିମ୍ପିକ୍‌ରେ ଭାରତୀୟ ପତକା ତ୍ରୀରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇ ଉଠିଛନ୍ତି। କରୋନା ମହାମାରୀରେ ମଧ୍ୟ ଅଲିମ୍ପିକ୍ ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଅଲିମ୍ପିକ୍‌ରେ ଅଂଶ ଗ୍ରହଣ କରିଥିବା ଦେଶର ସମସ୍ତ ଖେଳାଳିଙ୍କୁ ମୋଦି ଶୁଭକାମନା ଜଣାଇଛନ୍ତି।

ଜୁଲାଇ ୨୬ରେ କାରଗିଲ୍ ଦିବସ ପାଳନ ହେବାକୁ ଯାଉଛି। ଏନେଇ ମୋଦି ସହିଦ ଯବାନଙ୍କ ସ୍ମୃତି ଚାରଣ କରିଛନ୍ତି। ସେହିପରି ଚଳିତବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶ ୭୫ ବର୍ଷ ପୂର୍ତ୍ତୀ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହାକୁ ସ୍ୱତନ୍ତ୍ର ଭାବେ ପାଳକ କରିବାକୁ ମୋଦି ଅପିଲ କରିଛନ୍ତି।
‘ଅମୃତ ମହୋତ୍ସବ’ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା। ମାର୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ‘ଅମୃତ ମହୋତ୍ସବ’ ଆରମ୍ଭ ହୋଇଥିଲା।

ସେହିପରି ସ୍ଥାନୀୟ ଉଦ୍ୟୋଗପତିଙ୍କ ପାଇଁ ଲୋକାଲ ଫର୍ ଭୋକାଲକୁ ଗୁରୁତ୍ୱ ଦିଅନ୍ତୁ ବୋଲି ମୋଦି କହିଛନ୍ତି । ଜାତୀୟ ପ୍ରଗତି ନିମନ୍ତେ ଏକତ୍ର ହୋଇ କାର‌୍ୟ୍ୟ କରିବା ଭାରତ ପାଇଁ ଆବଶ୍ୟକ ହୋଇପଡ଼ିଛି। ‘ଭୋକାଲ୍ ଫର୍ ଲୋକାଲ୍‌’ ଭଳି ଦୈନନ୍ଦିନ କାର‌୍ୟ୍ୟ ସହ ମଧ୍ୟ ଆମେ ଦେଶ ଗଠନ କରିପାରିବା। ଆମି ଦେଶର ଆଞ୍ଚଳିକ ଉଦ୍ୟୋଗୀ, ଶିଳ୍ପୀ, କାରିଗର ଏବଂ ବୁଣାକାରମାନଙ୍କୁ ସହାୟତା କରିବା ଲାଗି ଆମର ଆନ୍ତରିକତା ରହିବା ଉଚିତ।

The post ଓଡ଼ିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ମୋଦିଙ୍କ ପ୍ରଶଂସା appeared first on Odisha Reporter.



from Odisha Reporter https://ift.tt/3kSpArP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages