ଦିଲ୍ଲୀ ପୁଲିସ କମିଶନର ଭାବେ ଆସ୍ଥାନାଙ୍କ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ଦିଲ୍ଲୀ ପୁଲିସ କମିଶନର ଭାବେ ଆସ୍ଥାନାଙ୍କ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା!

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କମିଶନର ଭାବରେ ରାକେଶ ଆସ୍ଥାନାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ଦର୍ଶାଇ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଆବେଦନକାରୀ। ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୃହ ମନ୍ତ୍ରାଳୟଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି। ଆବେଦନକାରୀ ଓକିଲ ଏମ୍.ଏଲ ଶର୍ମା କହିଛନ୍ତି ଯେ ଜୁଲାଇ ୩୧ରେ ରାକେଶ ଆସ୍ଥାନା ଅବସର ଗ୍ରହଣ କରିଥାନ୍ତେ। ଏହାର କିଛି ଦିନ ପୂର୍ବରୁ ଆସ୍ଥାନାଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ଦିଲ୍ଲୀ ପୁଲିସ ମୁଖ୍ୟଙ୍କ କାର୍ଯ୍ୟକାଳ ଅବଧି ବର୍ଷେ ବଢ଼ାଇଛନ୍ତି କେନ୍ଦ୍ର ସରକାର।

ଯାହା ସୁପ୍ରିମକୋର୍ଟ ଜୁଲାଇ ୩,୨୦୧୮ରେ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରୁଛି ବୋଲି ଆବେଦନକାରୀ ଆବେଦନ ପତ୍ରରେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପୁଲିସର ମୁଖ୍ୟ ପଦବୀରେ ଅବସ୍ଥାପିତ ଅଧିକାରୀ ଅବସର ଗ୍ରହଣ କରିବାର ତିନିମାସ ପୂର୍ବରୁ ୟୁପିଏସସିକୁ ଜଣାଇବାକୁ ହେବ।

ଆବେଦନରେ ଯୁକ୍ତି ଦର୍ଶାଯାଇଛି ଯେ କ୍ୟାବିନେଟର ନିଯୁକ୍ତି କମିଟିରେ ମୋଦି, ଶାହ ରହିଛନ୍ତି। ସେମାନଙ୍କ ନିଷ୍ପତ୍ତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ତେଣୁ ଉଭୟଙ୍କ ବିରୋଧରେ କୋର୍ଟର ଅବମାନନା ରୁଜୁ ହେବା ଦରକାର। ଜୁଲାଇ ୨୭ରେ ଦିଲ୍ଲୀ ପୁଲିସ ମୁଖ୍ୟ ଭାବରେ ନିଯୁକ୍ତ ହେବା ପୂର୍ବରୁ ଆସ୍ଥାନା ସୀମା ସୁରକ୍ଷା ବଳ (ବିଏସଏଫ) ର ମହାନିର୍ଦ୍ଦେଶକ ଥିଲେ। ସେ ଗୁଜୁରାଟ କ୍ୟାଡରର ୧୯୮୪ ବ୍ୟାଚ ଆଇପିଏସ୍ ଅଧିକାରୀ। ରାକେଶ ଏହା ପୂର୍ବରୁ ସିବିଆଇର ନିର୍ଦ୍ଦେଶକ ମଧ୍ୟ ଥିଲେ।

ଅନ୍ୟପଟେ ଦିଲ୍ଲୀ ବିଧାନସଭା ଗୁରୁବାର ଆସ୍ଥାନାଙ୍କ ନିଯୁକ୍ତି ବିରୋଧରେ ଏକ ସଂକଳ୍ପ ପାରିତ କରିଛି। ଅବସର ଗ୍ରହଣ କରିବାର କିଛି ଦିନ ପୂର୍ବରୁ ରାକେଶ ଆସ୍ଥାନାଙ୍କୁ ଦିଲ୍ଲୀର ପୁଲିସ କମିଶନର ଭାବରେ ନିଯୁକ୍ତ କରାଯିବା ବେଆଇନ୍ ବୋଲି ଦିଲ୍ଲୀର ଆପ୍ ସରକାର କହିଛି। ଦିଲ୍ଲୀ ବିଧାନସଭା ଗୁରୁବାର ଆସ୍ଥାନାଙ୍କୁ ଦିଲ୍ଲୀ ପୁଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ଏକ ସଂକଳ୍ପ ପାରିତ କରି ଗୃହ ମନ୍ତ୍ରାଳୟକୁ ନିଯୁକ୍ତି ପ୍ରତ୍ୟାହାର କରିବାକୁ କହିଥିଲେ। ଆପ୍ କହିଛି ଯେ ଏହି ନିଯୁକ୍ତି କେବଳ ଅସାମ୍ବିଧାନିକ ନୁହେଁ ବରଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଛି।

The post ଦିଲ୍ଲୀ ପୁଲିସ କମିଶନର ଭାବେ ଆସ୍ଥାନାଙ୍କ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା! appeared first on Odisha Reporter.



from Odisha Reporter https://ift.tt/2UYuGbD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages