ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଫଆଇଆର ରୁଜୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଫଆଇଆର ରୁଜୁ

ଗୌହାଟି: ଜୁଲାଇ ୨୬ରେ ଆସାମ ଏବଂ ମିଜୋରାମ ପୁଲିସ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ଆସାମର ୫ ପୁଲିସ କର୍ମୀ ଶହୀଦ ହୋଇଥିବା ବେଳେ ମିଜୋରାମ ସରକାରର ଅନେକ ପୁଲିସ ଆହତ ହୋଇଥିଲେ। ପରେ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ଜାରି ରହିଛି। ଦୁଇ ରାଜ୍ୟର ସୀମାରେ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବ ବୋଲି ଜଣାପଡିଛି। ଏହାରି ଭିତରେ ମିଜୋରାମ ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି।

ମିଜୋରାମ ପୁଲିସ କୋଲାସିବ ଜିଲ୍ଲାର ଭୈୟରେଙ୍ଗତେ ଥାନାରେ ଏହି ମାମଲା ରୁଜୁ କରିଛି। ଯେଉଁଥିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରର ୪ ବରିଷ୍ଠ ପୁଲିସ ଅଧିକାରୀ ସମେତ ଦୁଇ ଅନ୍ୟ ଅଧିକାରୀ ଏବଂ ୨୦୦ ଜଣ ପୁଲିସ କର୍ମୀ (ନାଁ ଉଲ୍ଲେଖ ହୋଇନି)ଙ୍କ ନାମରେ ମାମଲା ରୁଜୁ ହୋଇଛି। ଏମାନଙ୍କ ବିରୋଧରେ ମିଜୋରାମ ସରକାର ହତ୍ୟା ଉଦ୍ୟମ ତଥା ଅପରାଧିକ ଷଡଯନ୍ତ୍ର ମାମଲା ଦାୟର କରାଯାଇଛି।

ଏହାବାଦ ଆସାମ ପୁଲିସ ମଧ୍ୟ ମିଜୋରାମର ଅନେକ ନିର୍ବାଚିତ ପ୍ରତିନିଧି ଏବଂ ପୁଲିସଙ୍କୁ ସମନ କରିଛି। ନୂଆଦିଲ୍ଲୀରେ ଥିବା ମିଜୋରାମ ସାଂସଦଙ୍କ ବାସଭବନରୁ ଆସାମ ପୁଲିସ ଯାଇ ସମନ କରିଛି। ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଯଦିଓ ପୁରୁଣା ରହିଛି। ହେଲେ ଚଳିତ ସପ୍ତାହରେ ଏହି ବିବାଦ ସଂଘର୍ଷରେ ପରିଣତ ହୋଇଛି।

ସୂଚନାଯୋଗ୍ୟ, ସୋମବାର ଆସାମ ଅଧିକାରୀଙ୍କ ଏକ ଟିମ୍ ଉପରେ ମିଜୋରାମ ପୁଲିସ ଗୁଳି ଚଳାଇଥିଲା। ଯେଉଁଥିରେ ଆସାମ ପୁଲିସର ୫ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ​ ସେହିପରି ଆସାମ ପୁଲିସର ପାଲଟା ଆକ୍ରମଣରେ ମିଜୋରାମ ପୁଲିସର ଅନେକ କର୍ମଚାରୀ ଆହତ ହୋଇଛନ୍ତି। ଏହି ହଂସାକାଣ୍ଡ ପରେ ଆସାମ-ମିଜୋରାମ ସୀମାରେ କେନ୍ଦ୍ର ସୁରକ୍ଷା ବାହିନୀ ନିୟୋଜିତ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର କହିଛି। ଦୁଇ ରାଜ୍ୟର ସୀମାରେ ତିନୋଟି ଜିଲ୍ଲା ରହିଛି। ଏହି ସୀମା ୧୬୪  କିଲୋମିଟର ଲମ୍ବା ରହିଛି। ମୋଟ୍ ୫ଟି କମ୍ପାନୀ (୫୦୦ ଟ୍ରୁପ୍) ସୀମାରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଏହାବାଦ୍ ୨ଟି ଟ୍ରୁପକୁ ପ୍ରସ୍ତୁତ ରଖାଯାଇଛି।

The post ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଫଆଇଆର ରୁଜୁ appeared first on Odisha Reporter.



from Odisha Reporter https://ift.tt/2Vhbupc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages