ଶିଳ୍ପାଙ୍କୁ ବମ୍ବେ ହାଇକୋର୍ଟରୁ ଝଟ୍‌କା, ଆବେଦନ ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ଶିଳ୍ପାଙ୍କୁ ବମ୍ବେ ହାଇକୋର୍ଟରୁ ଝଟ୍‌କା, ଆବେଦନ ଖାରଜ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଝଟ୍‌କା। ବମ୍ବେ ହାଇକୋର୍ଟ ତରଫରୁ ତାଙ୍କୁ ଜୋରଦାର ଝଟ୍‌କା ଲାଗିଛି। ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲରେ ଶିଳ୍ପା ୨୯ ଜଣ ସାମ୍ବାଦିକଙ୍କ ଓ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମକଦ୍ଦମ ଦାୟର କରିଥିଲେ। ତେବେ ଏହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଅଦାଲତ ଉକ୍ତ ଆବେଦନ ଉପରେ ଶୁଣାଣି କରି କହିଛନ୍ତି, ଏହି ମାମଲା ମାନହାନୀ ମାମଲା ନୁହେଁ। କାରଣ ପ୍ରକାଶିତ ଖବର ପୁଲିସ ସୂତ୍ର ଉପରେ ଆଧାରିତ। ଗଣମାଧ୍ୟମର ସ୍ଵାଧୀନତା ଉପରେ ପ୍ରଶ୍ନ ଉଠାଇବା ଭୁଲ୍। ପୁଲିସ ସୂତ୍ର ଅନୁସାରେ କରାଯାଉଥିବା ରିପୋର୍ଟିଂ ଅପମାନଜନକ ନୁହେଁ ବୋଲି କୋର୍ଟ କହିଛନ୍ତି।

ବମ୍ଵେ ହାଇକୋର୍ଟ କହିଛନ୍ତି, ଆପଣ ଜଣେ ସେଲେବ୍ରିଟି। ଆପଣ ସାର୍ବଜନୀନ ଜୀବନରେ ରହୁଛନ୍ତି ତେଣୁ ଆପଣଙ୍କୁ ଏମିତି ପରିଣାମ ଦେଖିବାକୁ ପଡିବ। ଲୋକେ ଆପଣଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଯାହା ଆପଣ ଚାହାନ୍ତି ତାହା ଯଦି ସବୁ ମାନି ନିଆଯିବ ତେବେ ଏହା ଗଣମାଧ୍ୟମର ସ୍ଵାଧୀନତା ଉପରେ ଏକ ପ୍ରକାରର ଆକ୍ରମଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।

ସୂଚନା ମୁତାବକ ଶିଳ୍ପା ବମ୍ବେ ହାଇକୋର୍ଟରେ ୨୯ ଜଣ ସାମ୍ବାଦିକ ଏବଂ ଗଣମାଧ୍ୟମ ପ୍ରତିଷ୍ଠାନ ବିରୋଧରେ ୨୫ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଥିଲେ। ଶିଳ୍ପା କହିଥିଲେ ଯେ, ଅଶ୍ଳୀଳ ଚଳଚ୍ଚିତ୍ର କେସରେ ମିଥ୍ୟା ଖବର ଜରିଆରେ ତାଙ୍କ ଛବି ଖରାପ କରାଯାଉଛି। ତେଣୁ ଗଣମାଧ୍ୟମକୁ ତାଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ଆଦେଶ ଦିଆଯାଉ।

ସେ ଅଭିଯୋଗ କରିଥିଲେ, ଗଣମାଧ୍ୟମ ପ୍ରତିଷ୍ଠାନ ନିଜର ଲୋକପ୍ରିୟତା ପାଇଁ ତାଙ୍କ ସ୍ଵାମୀଙ୍କ ବିରୋଧରେ ମିଥ୍ୟା ଖବର ଦେଖାଉଛନ୍ତି। ତେଣୁ ଗଣମାଧ୍ୟମ ପ୍ରତିଷ୍ଠାନକୁ ତାଙ୍କ ବିରୋଧରେ ପ୍ରସାରଣ କରୁଥିବା ଅପମାନଜନକ ଖବର ହଟାଇବାକୁ ଆଦେଶ ଦିଆଯାଉ ବୋଲି ଶିଳ୍ପା ହାଇକୋର୍ଟରେ ଦାବି କରିଥିଲେ। ଏଥିସହ ବିନା ସର୍ତ୍ତରେ ଗଣମାଧ୍ୟମ କ୍ଷମା ମାଗନ୍ତୁ ବୋଲି ସେ କହିଥିଲେ।

The post ଶିଳ୍ପାଙ୍କୁ ବମ୍ବେ ହାଇକୋର୍ଟରୁ ଝଟ୍‌କା, ଆବେଦନ ଖାରଜ appeared first on Odisha Reporter.



from Odisha Reporter https://ift.tt/3yeStT2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages