ମୁମ୍ବାଇ: ଫିଟିବ ଦିବଙ୍ଗତ ବଲିଉଡ ଅଭିନେତ୍ରୀ ଜିଆଙ୍କ ଖାନ୍ଙ୍କ ମୃତ୍ୟୁ ରହସ୍ୟ। ସିବିଆଇ ସ୍ପେଶାଲ କୋର୍ଟ ହାତକୁ ଗଲା ଏହି ମାମଲା। ଏବେ ଜିୟାଙ୍କୁ ନ୍ୟାୟ ମିଳିବ ବୋଲି ତାଙ୍କ ମା’ ରାବିୟା ଆଶା କରିଛନ୍ତି। ସେପେଟେ ଏହି ମାମଲରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ଅଡୁଆ ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।
ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ଯିବା ନିଷ୍ପତ୍ତିରେ ରବିୟା ଖୁସି ଅଛନ୍ତି। ସେ ବିଶ୍ୱାସ କରିଛନ୍ତି ଯେ, ଗତ ୯ ବର୍ଷ ଧରି ସେ ଯେଉଁ ପ୍ରଶ୍ନର ଉତ୍ତର ଖୋଜୁଥିଲେ, ତାହା ସତ୍ୟ ବାହାରକୁ ଆସିବା। ତାଙ୍କ ଝିଅ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ। ତାଙ୍କୁ ହତ୍ୟା କରାଯାଇଛି। ଏଥିରେ କୌଣସି ସନ୍ଦେହ ଦାହିଁ ବୋଲି ରାବିୟା ଅଭିଯୋଗ କରିଛନ୍ତି।
ସେପଟେ ଏହି ମାମଲା ସିବିଆଇ ହାତକୁ ଗଲା ପରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ଅଡୁଆ ବଢ଼ିପାରେ ବୋଲି କୁହାଯାଉଛି। ବର୍ତ୍ତମାନ ସୁରଜ ପଞ୍ଚୋଲିଙ୍କ ଶୁଣାଣି ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ହସ୍ତାନ୍ତର କରାଯାଇଛି।
କଥିତ ରୂପେ ୨୦୧୩ ଜୁନ୍ ୩ ତାରିଖରେ ଜିଆ ଖାନ୍ ମୁମ୍ବାଇ ଜୁହୁ ସ୍ଥିତ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁର କିଛି ଦିନ ପରେ ହିଁ ତାଙ୍କ ଘରୁ ୬ ପୃଷ୍ଠାର ଏକ ହାତ ଲେଖା ଚିଠି ଜବତ ହୋଇଥିଲା। ଏଥିରେ ଜିଆ ତାଙ୍କ ବୟଫ୍ରେଣ୍ଡ ସୁରଜ ପଞ୍ଚୋଲି ବିଷୟରେ ଉଲ୍ଳେଖ କରିଥିଲେ।
କେବଳ ସେତିକି ନୁହେଁ ଚିଠିରେ ଜିଆ ଖାନଙ୍କ ଗର୍ଭପାତ, ସୁରଜଙ୍କ ସହିତ ଅସ୍ୱାସ୍ଥ୍ୟକର ସମ୍ପର୍କ ହେତୁ ନର୍ଭସ ବ୍ରେକଡାଉନ ଭଳି ଅନେକ ଖୁଲାସା କରିଥିଲେ। ଜାନୁଆରୀ ୨୦୧୮ରେ ମୁମ୍ବାଇର ଏକ କୋର୍ଟ ସୁରଜଙ୍କୁ ଜିଆ ଖାନଙ୍କ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ।
The post ଜିଆ ଖାନ ମୃତ୍ୟୁ ମାମଲା, ବଢ଼ିପାରେ ସୁରଜ ପଞ୍ଚୋଲିଙ୍କ ଅଡୁଆ appeared first on Odisha Reporter.
from Odisha Reporter https://ift.tt/2WEPfdz
No comments:
Post a Comment