ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଆଜିଠୁ ଅନଲାଇନ୍‌ରେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଆଜିଠୁ ଅନଲାଇନ୍‌ରେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଅନ୍‌ଲାଇନ୍‌ ଫର୍ମ ଫିଲଅପ୍‌। ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ। ଚଳିତ ବର୍ଷ ଫର୍ମ ପୂରଣ ଲାଗି  କୌଣସି ଫି ଦେବାକୁ ପଡ଼ିବ ନାହିଁ । ଆସନ୍ତା ୧୪ ତାରିଖ ସୁଦ୍ଧା ଫର୍ମ ଫିଲଅପ୍ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  ।

ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ। ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।    ଅଫ୍ ଲାଇନରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ୨ରେ ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ହୋଇନଥିଲା। ସେଥିପାଇଁ ବିନା ପରୀକ୍ଷାରେ ଗତ ୨୫ ତାରିଖରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିଲେ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଥିଲେ। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ  ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ।

ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କେତେକ ଛାତ୍ରଛାତ୍ରୀଙ୍କର ଆଶାଠାରୁ କମ୍‌ ମାର୍କ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ବୋର୍ଡର ମୂଲ୍ୟାଙ୍କନକୁ ନେଇ ପ୍ରତିବାଦ କରିଥିଲେ। ଏପରିକି ବହୁ ଛାତ୍ରଛାତ୍ରୀ କଟକସ୍ଥିତ ବୋର୍ଡ ଅଫିସ ଘେରାଉ କରିଥିଲେ। ବିବାଦ ମୁଣ୍ଡ ଟେକିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଥିଲା।

ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ, ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି। କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ ସଭାପତି କହିଥିଲେ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  କହିଥିଲେ, ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ୩୦% ସିଲାବସ୍ ହ୍ରାସ କରାଯାଇଛି। ତେଣୁ ୭୦% ମଧ୍ୟରେ ପରୀକ୍ଷା ହେବ ।  ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ। ପରୀକ୍ଷା ସରିବାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ। ତେଣୁ  ଯୁକ୍ତ ଦୁଇରେ ନାମଲେଖା ପାଇଁ ସେମାନଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି କହିଛନ୍ତି  ମନ୍ତ୍ରୀ।

The post ମାଟ୍ରିକ ଅଫ୍‌ଲାଇନ୍ ପରୀକ୍ଷା ପାଇଁ ଆଜିଠୁ ଅନଲାଇନ୍‌ରେ ଆବେଦନ appeared first on Odisha Reporter.



from Odisha Reporter https://ift.tt/3jQbuqe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages