ରାଜ୍ୟରେ ତିନି ଦିନ ହେଲା ୩ ହଜାର ତଳେ ରହୁଛି କରୋନା ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ରାଜ୍ୟରେ ତିନି ଦିନ ହେଲା ୩ ହଜାର ତଳେ ରହୁଛି କରୋନା ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଗାତାର ତିନି ଦିନ ହେଲା ୩ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ଆଜି ଆସିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୮୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୯୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୨୦୬ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୫୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ଥିବା ବେଳେ କଟକରୁ ୪୪୧, ମୟୂରଭଞ୍ଜରୁ ୧୯୩, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪ ଯାଜପୁରରୁ ୧୫୩, ଭଦ୍ରକରୁ ୧୩୧, କେନ୍ଦ୍ରାପଡ଼ାରୁ ୧୧୯, ଜଗତସିଂହପୁରରୁ ୧୧୭ ଓ ନୟାଗଡ଼ ଜିଲ୍ଲାରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରେ ୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରେ ୧୭, ବଲାଙ୍ଗିରରେ ୩, ବୌଦ୍ଧରେ ୨୧, ଦେବଗଡ଼ରେ ୯, ଢେଙ୍କାନାଳରେ ୬୭, ଗଜପତିରେ ୧୦, ଗଞ୍ଜାମରେ ୨୦, ଝାରସୁଗୁଡ଼ାରେ ୭, କଳାହାଣ୍ଡିରେ ୧୫, କନ୍ଧମାଳରେ ୨୦, କେନ୍ଦୁଝରରେ ୬୪, କୋରାପୁଟରେ ୬୫, ମାଲକାନଗିରିରେ ୫୫, ନବରଙ୍ଗପୁରରେ ୧୫, ନୂଆପଡ଼ାରେ ୮, ରାୟଗଡ଼ାରେ ୫୪, ସମ୍ବଲପୁରରେ ୩୨, ସୋନପୁରରେ ୧୮ ଓ ସୁନ୍ଦରଗଡ଼ ଜିଲ୍ଲାରେ ୬୨ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୫୨ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼, ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪, କଟକ, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ, ଭଦ୍ରକ, ‍ବୌଦ୍ଧ, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୫୭, ଗଞ୍ଜାମରେ ୩୫୩, କଳାହାଣ୍ଡିରେ ୧୭୯, ପୁରୀରେ ୨୪୭, ସୁନ୍ଦରଗଡ଼ରେ ୩୭୨, କେନ୍ଦ୍ରାପଡ଼ାରେ ୮୯, କଟକରେ ୨୯୭, କନ୍ଧମାଳରେ ୫୧, ମୟୂରଭଞ୍ଜରେ ୧୩୩,  ଭଦ୍ରକରେ ୫୧, ବୌଦ୍ଧରେ ୮୪, ଢେଙ୍କାନାଳରେ ୭୫, ଝାରସୁଗୁଡ଼ାରେ ୧୨୯, କନ୍ଧମାଳରେ ୫୧, କେନ୍ଦୁଝରରେ ୭୫, ମୟୂରଭଞ୍ଜରେ ୧୩୩, ନୟାଗଡ଼ରେ ୧୦୮, ନୂଆପଡ଼ାରେ ୭୦ ଓ ସମ୍ବଲପୁର ଜିଲ୍ଲାରେ ୧୩୧କୁ ବୃଦ୍ଧି ପାଇଛି।

୨୮୦୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୪ ହଜାର ୬୯୯ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୯୦ ହଜାର ୭୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨୯ ହଜାର ୬୨୦ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଅର୍ଥାତ୍ ଜୁଲାଇ ୪ରେ ରାଜ୍ୟରୁ ୨୮୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ୩ରେ ୨୮୭୦ ଓ ଜୁଲାଇ ୨ରେ ୨୯୧୭ ଜଣ ଚିହ୍ନଟ ହୋଇଥିଲେ। ତା’ପୂର୍ବରୁ ଜୁଲାଇ ୧ରେ ୩୨୨୨, ଜୁନ୍ ୩୦ରେ ୩୦୮୭ ଓ ଜୁନ୍ ୨୯ରେ ୩୩୭୧ ପଜିଟିଭ୍ ଚିହ୍ନଟ ହୋଇଥିଲେ।

The post ରାଜ୍ୟରେ ତିନି ଦିନ ହେଲା ୩ ହଜାର ତଳେ ରହୁଛି କରୋନା ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3AsoRCV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages