ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଅନଲକ୍ ଲାଗୁ ହୋଇଥିବା ବେଳେ କରୋନା କଟକଣା ମଧ୍ୟରେ ଜୀବିକାକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ମଧ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ମାଲିକଙ୍କୁ କିନ୍ତୁ ନିରାଶ ହେବାକୁ ପଡ଼ିଛି।
ଆମେ ଖାଇବାକୁ ପାଉନୁ, ପିଲାଙ୍କୁ ପାଠ ପଢ଼ାଇ ପାରୁନୁ ଆଦି ଦାବିରେ ଗତକାଲି ବିୟୁଟି ପାର୍ଲର, ସ୍ପା ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଜି ଅନଶନରେ ବସିବେ ଜିମ୍ ମାଲିକ ସଂଘ ।
କରୋନା କଟକଣା ପାଇଁ ଫିଟନେସ୍ ଶିଳ୍ପ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛି । ଜିମ ମାଲିକଙ୍କ ସହ ଏଥିରେ କାର୍ଯ୍ୟରତ ବା ଏହା ଉପରେ ନିର୍ଭରଶୀଳ ପ୍ରାୟ ୩୦ ହଜାର ପ୍ରଫେସନାଲ ଟ୍ରେନର ଓ ଡାଏଟସିଆନ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେଣୁ ଜିମ ଖୋଲିବାକୁ ସଂଘ ଅନୁରୋଧ କରିଛି ।
ମୁଖ୍ୟତ ଶୋଇଥିବା ସରକାରକୁ ଉଠାଇବାକୁ ଓ ଜିମ୍ ଇଣ୍ଡଷ୍ଟ୍ରିକୁ ବଞ୍ଚାଇବାକୁ ଏହି ଦାବି କରିଛୁ। ମାସ ମାସ ଧରି ଜିମ୍ ବନ୍ଦ ଥିବାରୁ ଆମେ ଏବେ ବଞ୍ଚିବା ପାଇଁ ୨ ଓଳି ଖାଇବାକୁ ସଂଘର୍ଷ କରୁଛୁ । ପିଲାଛୁଆଙ୍କ ପାଠପଢ଼ା, ବୟସ୍କଙ୍କ ମେଡିସିନ ଖର୍ଚ୍ଚଲାଇବା କଷ୍ଟକର ହୋଇପଡ଼ୁଛି। ତେଣୁ ସରକାର ଆମ ପାଇଁ ଆର୍ଥିକ ସାହାଯ୍ୟ ପ୍ୟାକେଜ ଘୋଷଣା ସହ ଆମକୁ ଋଣ ଯୋଗାଇବାକୁ ଦାବି କରିଛନ୍ତି ଅଲ୍ ଓଡ଼ିଶା ଜିମ୍ ମାଲିକ ସଂଘ ସଭାପତି ସତ୍ୟଜିତ ଦାସ।
ଏହା ପୂର୍ବରୁ ମଧ୍ୟ ଘରଭଡା, ବ୍ୟାଙ୍କ ଋଣ ଉପରେ ସୁଧ, ବିଦ୍ୟୁତ୍ ବିଲ୍ ଆଦି ଛାଡ କିମ୍ବା କୋହଳ କରିବା ଦାବିରେ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା । ଦେଶରେ ଅନେକ ରାଜ୍ୟରେ ଜିମ୍ ଖୋଲି ସାରିଥିବାବେଳେ ଏଠାରେ କାହିଁକି ସରକାର ଅନୁମତି ଦେଉନାହାନ୍ତି ବୋଲି ସଂଘ ପ୍ରଶ୍ନ କରିଛି ।
ସୂଚନାଯୋଗ୍ୟ, ବ୍ୟୁଟିପାର୍ଲର ଓ ସ୍ପା ଖୋଲିବା ଦାବିରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ନିକଟରେ ବିୟୁଟିପାର୍ଲର ସଂଘ ପକ୍ଷରୁ ଗତକାଲି ବିକ୍ଷୋଭ କରାଯାଇଥିଲା। ବିୟୁଟିସିଆନ୍ ଓ ସ୍ପା’ ମାଲିକମାନେ ପ୍ଲାକାର୍ଡ ଧରି ସେଲୁନ୍ ଖୋଲିବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ୨ ମାସ ଧରି ସ୍ପା ଓ ବ୍ୟୁଟିପାର୍ଲର ବନ୍ଦ ଯୋଗୁ ମାଲିକ ଓ କର୍ମଚାରୀମାନେ ବହୁ ଅସୁବିଧାରେ ଅଛନ୍ତି। ତେଣୁ ସରକାର କିଛି ସର୍ତ୍ତ ରଖି ଖୋଲିବା ପାଇଁ ଅନୁମତି ଦିଅନ୍ତୁ ବୋଲି ସଂଘ ଦାବି କହିଛି।
The post ଶୋଇଥିବା ସରକାରକୁ ଉଠାଇବାକୁ ଆଜି ଅନଶନରେ ବସିବେ ଜିମ୍ ମାଲିକ ସଂଘ appeared first on Odisha Reporter.
from Odisha Reporter https://ift.tt/3ykJRdf
No comments:
Post a Comment