ଜଙ୍ଗଲ ମନ୍ତ୍ରୀଙ୍କ ଅଞ୍ଚଳରେ ବି ଅରାଜକତା; ରାତାରାତି ସବୁଜ ବନାନୀ ଜଙ୍ଗଲ ହେଉଛି ପଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 1, 2021

ଜଙ୍ଗଲ ମନ୍ତ୍ରୀଙ୍କ ଅଞ୍ଚଳରେ ବି ଅରାଜକତା; ରାତାରାତି ସବୁଜ ବନାନୀ ଜଙ୍ଗଲ ହେଉଛି ପଦା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଦିନ ଥିଲା ସବୁଜ ବନାନୀରେ ହସୁଥିଲା ଜଗନ୍ନାଥପ୍ରସାଦ ବ୍ଲକ ଡିମିରିପଲ୍ଲୀ ଗାଁ ନିକଟ ଜଙ୍ଗଲ। ଏଠାରେ ହଜାର ହଜାର କାଜୁ ଗଛ,ଶାଗୁଆନ,  ପିଆଶାଳ ଗଛ ବର୍ଷ ବର୍ଷ ଧରି ନିଜ କାୟା ମେଲାଇ ରହିଥିଲେ। ହେଲେ ରାତାରାତି ବଦଳିଗଲା ଦୃଶ୍ୟ।  ବର୍ଷ ବର୍ଷର ପୁରୁଣା ଗଛ ଆଜି ଭୂଇଁରେ ଲୋଟୁଛି। ଅନାଧିକାର କବଜା କରିବାକୁ  ଜଙ୍ଗଲ  କାଟି ସଫା କରିଦେଉଛନ୍ତି ମାଫିଆ। କେଉଁଠି ଗଛରେ ବାଜିଛି ସାଂଘାତିକ ଚୋଟ ତ କେଉଁଠି ବଡ ବଡ ଡାଲ ଆସି ତଳେ ଶୋଇଛି। ଖୋଦ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଛି ଏପରି ଅରାଜକତା।

ଜଙ୍ଗଲ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏଠାରେ ଗଛ କାଟି ଜଙ୍ଗଲ ସଫା କରିବାରେ ବ୍ୟସ୍ତ ରହୁଛନ୍ତି ଜମି ମାଫିଆ। ଏବେ ଜଙ୍ଗଲ ଉପରେ ନିର୍ଭର କରୁଥିବା ଶହ ଶହ ଆଦିବାସୀ ଲୋକେ ଜୀବିକା ହରାଇ ବସିଲେ। ଗଛ କାଟି ଜଙ୍ଗଲ ସଫା କରିଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦିବାସୀଙ୍କ ପକ୍ଷରୁ ଦାବି ହୋଇଛି।

ଗୋଟିଏ କି ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ କଟା ହୋଇଥିବା ଗଛ ଜଙ୍ଗଲରେ ପଡିରହିଛି। ଏଠି ଦିନ ଥିଲା ହଜାର ହଜାର  ମୂଲ୍ୟବାନ ଗଛ ଲାଗିଥିଲା ।  ଏହି ଜଙ୍ଗଲକୁ ବର୍ଷ ବର୍ଷ ଧରି ସୁରକ୍ଷା ଦେଇ ଆସୁଥିଲେ ପାଞ୍ଚ ଖଣ୍ଡ ଆଦିବାସୀ ଗାଁର ଲୋକେ। ଏବେ ଏହି ସରକାରୀ ଜମିକୁ ହଡ଼ପ କରିବାକୁ ଚାଲିଛି ବଡ଼ ଷଢଯନ୍ତ୍ର।

ଜମିକୁ ନିଜ କବଜାକୁ ନେବା ପାଇଁ ରାତି ଅଧିଆ ମେସିନ ଲଗାଇ ଗଛଗୁଡିକୁ ମୂଳରୁ ସଫା କରିଦେଇଛନ୍ତି ମାଫିଆ ।   ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ଆଦିବାସୀ କେମିତି ଜୀବିକା ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଜଙ୍ଗଲ କାଟି ସଫା କରିଥିବା ମାଫିଆଙ୍କ ବିରୋଧରେ ଗାଁ ଲୋକେ ମେଳି ବାନ୍ଧି ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ଗଛକଟାକୁ ବିରୋଧ କରି ଆଦିବାସୀ ସଂଘ  ଜିଲ୍ଲା ପ୍ରଶାସନ ଓ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କୁ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ  ଲିଖିତ ଦାବି ଜଣାଇବା ପରେ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ହେଲେ ଦୋଷୀ ବିରୋଧରେ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଅନ୍ୟପଟେ ଘଟଣା ସମ୍ପର୍କରେ ଉତ୍ତର ଘୁମୁସର ବନଖଣ୍ଡ  ଅଧିକାରୀ କହିଛନ୍ତି, ସମ୍ପୃକ୍ତ ସ୍ଥାନଟି ରାଜସ୍ୱ ବିଭାଗ ଅଧିନରେ ଆସୁଥିବାରୁ ତହସିଲଦାରଙ୍କୁ ତଦନ୍ତ ଭାର ଦିଆଯାଇଛି। ଗଛ କଟାଯାଇଥିବାରୁ ସେଠାକୁ ବନ ଅଧିକାରୀଙ୍କୁ ପଠାଯାଇଛି । ଜଙ୍ଗଲ ଆଇନ ଅନୁଯାୟୀ ଯାହା ନିୟମ ରହିଛି ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

The post ଜଙ୍ଗଲ ମନ୍ତ୍ରୀଙ୍କ ଅଞ୍ଚଳରେ ବି ଅରାଜକତା; ରାତାରାତି ସବୁଜ ବନାନୀ ଜଙ୍ଗଲ ହେଉଛି ପଦା appeared first on Odisha Reporter.



from Odisha Reporter https://ift.tt/3hlfI6I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages