ନାତୁଣୀକୁ ନେଇ ଭାବୁକ ହେଲେ ବିଗ୍ ବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 26, 2021

ନାତୁଣୀକୁ ନେଇ ଭାବୁକ ହେଲେ ବିଗ୍ ବି’

ମୁମ୍ବାଇ: ଇମୋସନାଲ ହେଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ନାତୁଣୀ ନବ୍ୟାଙ୍କୁ ନେଇ ହୋଇଗଲେ ଭାବୁକ । ତାଙ୍କ ପାଇଁ ଲେଖିଲେ ଇମୋସନାଲ ନୋଟ୍।

ବିଗ୍ ବି’ଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା। ସେ ସୋଶଲ ମିଡିଆରେ ବେଶ୍ ଆକ୍ଟିଭ। ପ୍ରାୟତଃ ସେ କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସେ ଏକ ମାଗାଜିନର ଫଟୋ ସେଆର କରିଛନ୍ତି। ଏହାକୁ ନେଇ ସେ ପୁଣିଥରେ ଲାଇମ୍ ଲାଇଟ୍‌କୁ ଆସିଛନ୍ତି।

ଏହି ମାଗାଜିନ୍ କଭର ପେଜ୍‌ରେ ନବ୍ୟାଙ୍କୁ ସ୍ଥାନ ମିଳିଛି। ଏହି କବର ପେଜ୍‌ରେ ନବ୍ୟାଙ୍କ ସହ ଅହିଲ୍ୟା ମେହତା, ମଲ୍ଲିକା ଶାହାଣେ ଏବଂ ପ୍ରଜ୍ଞା ସାବୁ ନଜର ଆସିଛନ୍ତି। ନବ୍ୟା ଏହି ମାଗାଜିନର ଫଟୋ ସେଆର କରିବା ପରେ ବିଗ୍ ବି ତାଙ୍କ ନାତୁଣୀଙ୍କ ସଫଳତା ଦେଖି ଖୁସିରେ ଗଦଗଦ ହୋଇପଡିଛନ୍ତି। ନବ୍ୟାଙ୍କ ସଫଳତା ବିଗ୍ ବି’ଙ୍କୁ କରିଦେଇଛି ଭାବୁକ। ଇମୋସନାଲ ହୋଇ ନାତୁଣୀଙ୍କ ଏହି ଫଟୋରେ କମେଣ୍ଟ କରିଛନ୍ତି ଅମିତାଭ। ସେ ଲେଖିଛନ୍ତି, ‘ମୁ ତୁମ ପାଇଁ ଗର୍ବିତ ନବ୍ୟା, ଆଇ ଲଭ୍ ୟୁ’।

କେବଳ ବିଗ୍ ବି ନୁହେଁ ଶାହାରୁଖଙ୍କ ଝିଅ ସୁହାନା ଖାନ୍ ମଧ୍ୟ ନବ୍ୟାଙ୍କ ଏହି ଫଟୋରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କ ବ୍ୟତୀତ ସନାୟା କପୁର, ମହିପ କପୁର, ମା’ ଶ୍ୱେତା ବଚ୍ଚନ, ସୋନାଲି ବେନ୍ଦ୍ରିଙ୍କ ସହ ଅନେକ ସେଲେବ୍ରିଟି କମେଣ୍ଟ କରି ନବ୍ୟାଙ୍କ ପ୍ରଶଂସା କରିଛନ୍ତି।

ସୂଚନା ମୁତାବକ, ୨୩ ବର୍ଷୀୟ ନବ୍ୟା ନବେଲି ନନ୍ଦା ଆରା ହେଲ୍‌ଥର ପାଉଣ୍ଡର। ସେ ପ୍ରାୟତଃ ମହିଳା ଏବଂ ଯୁବତୀଙ୍କ ସହ ଜଡିତ ବିଶେଷ କଥା ବସ୍ତୁକୁ ନେଇ ଟିପ୍ସ ଦେଇଥା’ନ୍ତି। ନିକଟରେ ନବ୍ୟା ନିଜର ଗ୍ରାଜୁଏସନ୍ ପୂରଣ କରି ଭାରତ ଫେରିଛନ୍ତି। ଏହାପରେ ସେ ସୋଶାଲ ମିଡିଆରେ ଛାଇ ଯାଇଛନ୍ତି।

 

View this post on Instagram

 

A post shared by Navya Naveli Nanda (@navyananda)

The post ନାତୁଣୀକୁ ନେଇ ଭାବୁକ ହେଲେ ବିଗ୍ ବି’ appeared first on Odisha Reporter.



from Odisha Reporter https://ift.tt/2UFL14V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages