କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ଦିନିକିଆ ସିରିଜ୍ ଜିତିସାରିଥିବା ଭାରତୀୟ ଟିମ୍ ରବିବାର ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଛି। ଏଥିସହ ଭାରତ ସିରିଜରେ ୧-୦ରେ ଆଗୁଆ ହୋଇଛି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହୁଏତ କିଛି ଖାସ୍ କରିପାରିନାହାନ୍ତି, କିନ୍ତୁ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି।
ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହାର୍ଦ୍ଦିକ ଏମିତି ଏକ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ହାର୍ଦ୍ଦିକଙ୍କୁ ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାଉଥିବାର ଦେଖିବାକୁ ମିଳିଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଦୁଇ ଟିମ୍ ଜାତୀୟ ସଂଗୀତ ପରିବେଷଣ କରନ୍ତି। ଯେତେବେଳେ ଶ୍ରୀଲଙ୍କା ଟିମର ଜାତୀୟ ସଂଗୀତ ଚାଲିଥିଲା, ସେହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଜାତୀୟ ସଂଗୀତ ଗାଇଥିଲେ। ଫ୍ୟାନ୍ ସୋଶାଲ ମିଡିଆରେ ହାର୍ଦ୍ଦିକଙ୍କ ଶ୍ରୀଲଙ୍କା ଜାତୀୟ ସଂଗୀତ ଗାଉଥିବାର କିଛି ଭିଡିଓ ଶେଆର୍ କରିଛନ୍ତି।
Love Cricket
Indian cricketer Hardik Pandya is singing Sri Lankan national anthem before #SLvIND cricket match.
Love from Sri Lanka @hardikpandya7
#LKA #Cricket #SriLanka #India pic.twitter.com/YalsBqLR7p— Sri Lanka Tweet (@SriLankaTweet) July 25, 2021
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସିରିଜ୍ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ହାର୍ଦ୍ଦିକଙ୍କ ଏହି କାମ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। କିଛି ଫ୍ୟାନ୍ ହାର୍ଦ୍ଦିକଙ୍କ ଏହି କାମ ପାଇଁ ତାଙ୍କୁ ସଲାମ୍ ମଧ୍ୟ କରିଛନ୍ତି। ଜଣେ ଫ୍ୟାନ୍ କହିଛନ୍ତି, ହାର୍ଦ୍ଦିକଙ୍କ ଦ୍ୱାରା ଶ୍ରୀଲଙ୍କା ଜାତୀୟ ସଂଗୀତ ଗାନ କରିବା ଗୌରବର କଥା। ଏହା ସମସ୍ତଙ୍କୁ ନିଶ୍ଚିତ ପ୍ରେରଣା ଯୋଗାଇବ। କୌଣସି ଖେଳାଳିଙ୍କୁ ବିରୋଧୀ ଦଳର ଜାତୀୟ ସଂଗୀତ ଗାନ କରୁଥିବାର ଦୃଶ୍ୟ ହୁଏତ ବିରଳ।
Is it just me that saw @hardikpandya7 singing the SL national anthem, then? #SLvInd pic.twitter.com/TuALbiRFu4
— Pranith (@Pranith16) July 25, 2021
ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୦ (୩୪ ବଲ୍, ୫ ଚୌକା, ୨ ଛକା), କ୍ୟାପଟେନ୍ ଶିଖର ଧୱନ୍ ୪୬ (୩୬ ବଲ୍, ୪ ଚୌକା, ୧ ଛକା), ସଞ୍ଜୁ ସାମସନ୍ ୨୭ ଓ ଈଶାନ୍ କିଶନ ଅପରାଜିତ ୨୦ ରନ୍ କରିଥିଲେ। ଜବାବରେ ଶ୍ରୀଲଙ୍କା ଟିମ୍ ୧୮.୩ ଓଭରରେ ୧୨୬ ରନ୍ କରି ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭୁବନେଶ୍ୱର କୁମାର ୪ଟି ଓ ଦୀପକ ଚହର୍ ୨ଟି ୱିକେଟ୍ ନେଇଥିଲେ।
The post ଦୃଦୟ ଜିଣିଲେ ହାର୍ଦ୍ଦିକ, ଭିଡିଓ ଭାଇରାଲ୍ appeared first on Odisha Reporter.
from Odisha Reporter https://ift.tt/375OPyA
No comments:
Post a Comment