ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ଚୋରା ବନ୍ଧୁକ ରାକେଟ୍ର ପର୍ଦ୍ଦାଫାସ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏଥିରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୦ଟି ବନ୍ଧୁକ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବସନ୍ତ ମହାରଣା ଓରଫ ବୁଟୁ ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ ଓରଫ ଜଗା ଓରଫ ଜଗନ। ବସନ୍ତର ଘର ନୟାଗଡ଼ ଜିଲ୍ଲାର ରଣପୁରରେ ହୋଇଥିବା ବେଳେ କୃଷ୍ଣଚନ୍ଦ୍ରର ଘର ଖୋର୍ଦ୍ଧା ଟାଉନ୍ରେ।
ବନ୍ଧୁକ କିଣାବିକା ପାଇଁ ଡିଲ୍ ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ପକ୍ଷରୁ ଶନିବାର ଦିନ ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁରେ ଚଢ଼ାଉ କରାଯାଇଥିଲା। ଆଉ ଏହି ଚଢ଼ାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହିତ ୧୦ଟି ବନ୍ଧୁକ ଜବତ କରିଥିଲା ଏସ୍ଟିଏଫ୍। ବନ୍ଧୁକ ସହିତ ୮ଟି ଜୀବନ୍ତ ଗୁଳି, ଗୋଟିଏ ଖୋଲା କ୍ୟାଟ୍ରିଜ୍ ଓ ଗୋଟିଏ ବାଇକ୍ ମଧ୍ୟ ଜବତ କରିଛି ଏସ୍ଟିଏଫ୍।
ଗିରଫ ଦୁଇ ଅଭିଯୁକ୍ତଙ୍କ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକାଧିକ ମାମଲା ରହିଥିବା ନେଇ ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଚୋରା ବନ୍ଧୁକ କାରବାର ବିରୋଧରେ ଏସ୍ଟିଏଫ୍ ପକ୍ଷରୁ ୨୦୨୦ରୁ ସ୍ୱତନ୍ତ୍ର ଅଭିଯାନ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏସ୍ଟିଏଫ୍ ୪୭ରୁ ଅଧିକ ଚୋରା ବନ୍ଧୁକ ଓ ୮୪ରୁ ଅଧିକ ଜୀବନ୍ତ ଗୁଳି ଜବତ କରିଥିବା ବେଳେ ଅନେକ ଅପରାଧୀଙ୍କୁ ଗିରଫ କରିଛି।
The post ଡିଲ୍ ଚାଲିଥିବା ବେଳେ ରେଡ୍: ୧୦ ବନ୍ଧୁକ ଜବତ, ୨ ଗିରଫ appeared first on Odisha Reporter.
from Odisha Reporter https://ift.tt/3wNIH8E
No comments:
Post a Comment