ରାଜ୍ୟରେ ୨୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 17, 2021

ରାଜ୍ୟରେ ୨୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୯୪୩ଟି ହେଉଛି ଲୋକାଲ୍‌ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୬ ଜଣଙ୍କ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ଥିବା ବେଳେ କଟକରୁ ୩୪୮, ବାଲେଶ୍ୱରରୁ ୧୫୦, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୪, ମୟୂରଭଞ୍ଜରୁ ୯୯, କେନ୍ଦ୍ରାପଡ଼ାରୁ ୯୫ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ଭଦ୍ରକରୁ ୭୮, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୧୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫୪, ଗଜପତିରୁ ୧୭, ଗଞ୍ଜାମରୁ ୧୨, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୫, କନ୍ଧମାଳରୁ ୧୪, କେନ୍ଦୁଝରରୁ ୪୨, କୋରାପୁଟରୁ ୧୦, ମାଲକାନଗିରିରୁ ୨୫, ନବରଙ୍ଗପୁରରୁ ୪, ନୟାଗଡ଼ରେ ୬୯, ନୂଆପଡ଼ାରେ ୫, ପୁରୀରେ ୮୪, ରାୟଗଡ଼ାରେ ୨୯, ସମ୍ବଳପୁରରେ ୪୧, ସୋନପୁରରେ ୧୦ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୩ ଜଣ ଚିହ୍ନଟ ହୋଇଛନ୍ତି।

୨୨୧୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୪ ହଜାର ୩୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୭ ହଜାର ୯୨୬ ଜଣ ସୁସ୍ଥ ହୋଇସାରିଛନ୍ତି। ୨୧ ହଜାର ୨୮୯ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଯେଉଁ ୬୬ ମୃତକଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ ଅଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରୁ ୮ ଜଣ ଥିବା ବେଳେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏଁ, ବୌଦ୍ଧରୁ ୫, ବରଗଡ଼ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ଗଜପତି, କେନ୍ଦ୍ରାପଡ଼ା ଓ ପୁରୀରୁ ୨ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗିର, ରାୟଗଡ଼ା, ଜଗତସିଂହପୁର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୯୭କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୨୪୧, ଭଦ୍ରକରେ ୫୮, ବଲାଙ୍ଗିରରେ ୮୮, ବୌଦ୍ଧରେ ୯୬, ଗଜପତିରେ ୭୯, ଗଞ୍ଜାମରେ ୪୧୬, ଜଗତସିଂହପୁରରେ ୮୭, ଯାଜପୁରରେ ୫୮, କନ୍ଧମାଳରେ ୬୧, କେନ୍ଦ୍ରାପଡ଼ାରୁ ୧୦୯, ମୟୂରଭଞ୍ଜରେ ୧୮୪, ନୟାଗଡ଼ରେ ୧୩୯, ପୁରୀରେ ୩୦୪, ରାୟଗଡ଼ାରେ ୧୫୨ ଓ ସୁନ୍ଦରଗଡ଼ରେ ୪୪୦କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୨୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫ ହଜାର ଟପିଲା appeared first on Odisha Reporter.



from Odisha Reporter https://ift.tt/3rjZZZT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages