ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼

ପୋଲସରା (ଅକ୍ଷୟ ମହାରଣା ): ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼।    ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଘଟିଛି ଏପରି ଅଭାବନୀୟ କାଣ୍ଡ।

ସୂଚନାଯୋଗ୍ୟ, ଆଜି ସକାଳେ ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକାକରଣ ଚାଲିଥିଲା । ଟିକା ନେବା ପାଇଁ ଲମ୍ବା ଧାଡ଼ି ହୋଇଥିଲା । ଏତିକି ବେଳେ ଲୋକଙ୍କ ଭିତରେ ଠେଲାପେଲା ବେଳେ ଭାନୁ ସାହୁ ନାମ୍ନୀ ଜଣେ ମହିଳା ତଳେ ପଡ଼ି ଯାଇଥିଲେ ।  ଫଳରେ ତାଙ୍କର ପଞ୍ଜରା ହାଡ଼ ଭାଙ୍ଗିଯାଇଛି।  ପ୍ରଥମେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି ।

ପୋଲସରା ବ୍ଳକର ରାଣୀପଡ଼ା କଲ୍ୟାଣ ମଣ୍ଡପରେ ଟିକା ନେବାକୁ ଅସମ୍ଭବ ଭିଡ଼।

ସୂଚନାଯୋଗ୍ୟ, ଟିକା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ଼। କେଉଁଠି ଆଗ ଟିକା ନେବା ପାଇଁ  ଲୋକେ  ଠେଲାପେଲା ହେଉଥିବା ବେଳେ କେଉଁଠି ଧାଡ଼ିରେ ଇଟା ବି ଥୋଇବା ଦେଖିବାକୁ ମିଳୁଛି।

The post ଟିକା ନେବାକୁ ଆସି ଭାଙ୍ଗିଗଲା ମହିଳାଙ୍କର ପଞ୍ଜରା ହାଡ଼ appeared first on Odisha Reporter.



from Odisha Reporter https://ift.tt/3ADJU5B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages