କୋଲକାତା: ନିଜକୁ ସିବିଆଇ କର୍ମଚାରୀ ଭାବେ ପରିଚୟ ଦେଇ ଗିରଫ କ୍ୟାଲକାଟା ହାଇକୋର୍ଟର ଓକିଲ ସନାତନ ରାୟ ଚୌଧୁରୀ ବଡ଼ ବୟାନ ଦେଇଛନ୍ତି। ଗତକାଲି ତାଙ୍କୁ କୋଲକାତା ପୁଲିସ ଗିରଫ କରିବା ପରେ ପଚରାଉଚରା କରିଥିଲା। ଏହି ସମୟରେ ସନାତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ସମ୍ପର୍କ ରହିଥିବା କହିଛନ୍ତି।
ତାଙ୍କ ଦାବି ଅନୁଯାୟୀ ସେ ୨୦୧୮ ବ୍ରିକ୍ସ ଦେଶମାନଙ୍କ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିଲେ। ସମାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉପସ୍ଥିତ ରହିଥିଲେ। ମୋଦିଙ୍କ ସହ ତାଙ୍କ କ’ଣ ସମ୍ପର୍କ ରହିଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ। କିନ୍ତୁ ସନାତନ କେମିତି ବ୍ରିକ୍ସ ସମ୍ମିଳନୀରେ ଯୋଗଦେଲେ, ତାହା ସବୁଠାରୁ ବଡ଼ ପ୍ରଶ୍ନ।
ସୂଚନା ଅନୁସାରେ, ସନାତନ ଜଣେ ଓକିଲ ହୋଇଥିଲେ ହେଁ ସେ ନିଜକୁ ସିବିଆଇର ସ୍ୱତନ୍ତ୍ର କାଉନସିଲ ଭାବେ ପରିଚୟ ଦେଇଥିଲେ। ସେ ଗରିଆହାଟ ପୁଲିସ୍ ଷ୍ଟେସନ ଅଧୀନରେ ଜମି ଓ ବିଲଡିଂ ମଧ୍ୟ ହଡ଼ପ କରିଥିଲେ। ସବୁବେଳେ ନୀଳ ରଙ୍ଗର ବତୀ ଲାଗିଥିବା କାର୍ରେ ଯିବା ଆସିବା କରୁଥିବା ସନତାତନଙ୍କୁ ଗତକାଲି କୋଲକାତା ପୁଲିସ୍ ବିଭିନ୍ନ ଦଫାରେ ଗିରଫ କରିଥିଲା।
କିଛି ଦିନ ତଳେ କୋଲକାତାରୁ ଜଣେ ନକଲି ଆଇପିଏସ ଦେବାଞ୍ଜନ ଦେବଙ୍କୁ ଗିରଫ କରାଯାଇଥିଲେ। ସେ ନକଲି ଟିକା କ୍ୟାମ୍ପ ଜରିଆରେ ଶହଶହ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିଲେ। କୋଲକାତା ପୁଲିସର ଏସଆଇଟି ନକଲି ଟିକା କ୍ୟାମ୍ପର ତଦନ୍ତ କରୁଥିବା ବେଳେ ଦେବାଞ୍ଜନଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି।
The post ଗିରଫ ନକଲି ସିବିଆଇ କର୍ମଚାରୀଙ୍କ ବଡ଼ ବୟାନ: ମୋଦିଙ୍କ ସହ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇଥିଲେ appeared first on Odisha Reporter.
from Odisha Reporter https://ift.tt/3AtqeBo
No comments:
Post a Comment