ସୌମ୍ୟଙ୍କ ବିବାହ ଏଗ୍ରିମେଣ୍ଟ; ‘ଉଭୟ ବାହା ହୋଇଥିଲେ, କିନ୍ତୁ ନ ଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 18, 2021

ସୌମ୍ୟଙ୍କ ବିବାହ ଏଗ୍ରିମେଣ୍ଟ; ‘ଉଭୟ ବାହା ହୋଇଥିଲେ, କିନ୍ତୁ ନ ଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ କିନ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା ସ୍ୱାମୀସ୍ତ୍ରୀର ସମ୍ପର୍କ। ବର୍ଷେ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା। ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ମାମଲାରେ ପ୍ରତିଦିନ କିଛି ନୂଆ ତଥ୍ୟା ସାମନାକୁ ଆସୁଥିବା ବେଳେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଦ ସୌମ୍ୟଙ୍କ ମା’ ।

ସୌମ୍ୟଙ୍କ ମା’ଙ୍କ କହିବାନୁଯାୟୀ, ବୋହୂ ମୋ ପୁଅକୁ ନୁହେଁ ବରଂ ଡିଏଫଓଙ୍କୁ ଭଲ ପାଉଥିଲା। ମୋ ପୁଅ ମରିବା ଆଗରୁ ବୋହୂ କାରସାଦି କରି ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମଲେ ବୋହୂ ସବୁ ଜିନିଷ ନେବ ବୋଲି ଏଗ୍ରିମେଣ୍ଟ ବି ହୋଇଛି। ଯଦି ବୋହୂ ମୋ ପୁଅକୁ ମାରିନି, ତା ହେଲେ ଏଗ୍ରିମେଣ୍ଟ କ’ଣ ପାଇଁ କରିଥିଲା। ମୋ ପୁଅର ଟ୍ରାନ୍ସଫର ହୋଇ ଯାଇଥିଲା ଜାଣିବା ପରେ ବୋହୂ ଘରୁ ସବୁ ଜିନିଷ ନେଇ ଯାଇଛି।

ଏଥିସହ ୬ ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ସମ୍ପର୍କ ଠିକ୍‌ ନ ଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ଏଥିସହ ସେ  କହିଛନ୍ତି, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ଦିନେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ବୋହୂ ରାଗି ଶଙ୍କା, ଚୁଡ଼ି ଭାଙ୍ଗିବା ସହ ମୁଣ୍ଡରୁ ସିନ୍ଦୂର ପୋଛି କେଉଁଆଡ଼େ ଚାଲି ଯାଇଥିଲା। ଏହାପରେ ପୁଅ ବହୁ ଖୋଜାଖୋଜି କରିବା ପରେ ଡିଏଫଓଙ୍କ ବାସଭବନରେ ବୋହୂ ଥିବା ଦେଖିବାକୁ ପାଇଥିଲା।

ଅପରପକ୍ଷେ, ସୌମ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ତଦନ୍ତକୁ ଜୋରଦାର କରିବାକୁ ଆଜି  ବାଲେଶ୍ୱର ଖଇରାରେ ପହଞ୍ଚିଲା ପାରଳାଖେମୁଣ୍ଡି ପୁଲିସ୍‌।  ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସର ୬ ଜଣିଆ ଟିମ୍ ଖଇରା ଥାନାରେ ପହଞ୍ଚିଛି। ସେଠାରୁ  ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମା, ମାଇଁ ଓ ଅନ୍ୟ ସଂପର୍କୀୟଙ୍କୁ ପଚରାଉଚରା କରିବ ।

ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦାସ୍ଥିତ ବିଦ୍ୟାଭରତୀଙ୍କ ଘରେ ପହଂଚି ତାଙ୍କୁ ପଚରା ଉଚରା କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଦ୍ୟାଭାରତୀଙ୍କୁ ପଚରା ଉଚରା ସମୟରେ ସବୁ ସତ ବାହାରିବ ବୋଲି ପୁଲିସ ଆଶା ରଖିଛି ।

ସେପଟେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଶନିବାର ବିଳମ୍ବିତ ସଂଧ୍ୟାରେ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନ ନିକଟକୁ ଯାଇ ସ୍ଥିତି ପରଖିଥିଲେ। ଏହି ସମୟରେ ପୁଲିସ ଡେମୋ ମଧ୍ୟ କରିଛି । ତଦନ୍ତ ଖୁବ୍ ଜୋରଦାର କରାଯାଇଛି ଏବଂ ଅତିଶୀଘ୍ର ଦୋଷୀ ଧରା ପଡିବେ ବୋଲି ଏସପି କହିଛନ୍ତି।  

 ସୌମ୍ୟ ମୃତ୍ୟୁ ଉପରୁ ରହସ୍ୟ ଉନ୍ମୋଚନର କରିବାକୁ ବିଭିନ୍ନ ମହଲରୁ ଚାପ ପଡ଼ୁଥିବା ବେଳେ ଆଜି ଆଉ ଏକ୍‌ ଟିମ୍‌ ପାରଳାଖେମୁଣ୍ଡିସ୍ଥିତ ଡିଏଫଓଙ୍କ କାର୍ଯ୍ୟାଳୟକୁ ଯିବ । ସୌମ୍ୟଙ୍କ ବିବାହ ପୂର୍ବରୁ ଓ ପରେ ଡ୍ୟୁଟି କିପରି ପକାଯାଇଥିଲା, କୁଆଡ଼େ କୁଆଡ଼େ ପଠାଯାଉଥିଲା, ସେ ସବୁର ଯାଞ୍ଚ କରାଯିବ ।

ସୂଚନାଯୋଗ୍ୟ, ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ସୌମ୍ୟଙ୍କ ସରକାରୀ ଆବାସରେ ପହଞ୍ଚି ଯାଞ୍ଚ କରିଥିଲା। ଏହି ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମିଳିଥିଲା। ସରକାରୀ ବାସ ଭବନରୁ ସୌମ୍ୟଙ୍କ ଲାପ୍‌ଟପ୍‌, ମୋବାଇଲ୍‌, ନୋଟ୍‌ପ୍ୟାଡ୍‌(୭ ପୃଷ୍ଠା ସମ୍ୱଳିତ ହାତ ଲେଖା) ଜବତ କରିଥିଲା ସାଇଣ୍ଟିଫିକ୍‌ ଟିମ। ଏହି ୭ ପୃଷ୍ଠାର ହାତ ଲେଖା ସୌମ୍ୟ ଲେଖିଥିବା ଆଲୋଚନା ହେଉଛି। ସେଥିରେ ଲେଖାଯାଇଛି, ମୁଁ ୧୫ ତାରିଖ ପରେ ଚାପମୁକ୍ତ ହୋଇଯିବି। ତେବେ ଏଠି ପ୍ରଶ୍ନ ଉଠୁଛି ସେ କାହାଠାରୁ ଚାପମୁକ୍ତ ହେବାକୁ ଚାହୁଁଥିଲେ।

ହାତଲେଖା ନେଇ ସୌମ୍ୟଙ୍କ ସଂପର୍କୀୟ ଭାଇ ମାନସ ରଞ୍ଜନ ପାଢୀ କହିଛନ୍ତି, ସୌମ୍ୟ ବଦଳି ପାଇଁ ଆବେଦନ କରିଥିଲେ। ବଦଳି ମଧ୍ୟ ହୋଇଥିଲା। ଏହାର ଆଭାସ ପାଇବା ପରେ ବୋଧହୁଏ ସୌମ୍ୟ ଏଭଳି ଲେଖି ଥାଇପାରନ୍ତି। କେବଳ ସେତିକି ନୁହେଁ, ଛାନଭିନ ସମୟରେ ଯେଉଁ ଦୁଇଟି ଚୁକ୍ତିନାମା କାଗଜ ମିଳିଛି, ସେଥିରୁ ଗୋଟିଏ କାଗଜରେ ସୌମ୍ୟ ତାଙ୍କର ସମସ୍ତ ସମ୍ପତ୍ତି ସ୍ତ୍ରୀଙ୍କୁ ଦେବା ପାଇଁ ଲେଖିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏପରି କାହିଁକି ଲେଖିଲେ, ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ମାନସ କହିଛନ୍ତି।

ଗତ ୧୨ ତାରିଖ ରାତିରେ ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏନେଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ କଟକରେ ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

The post ସୌମ୍ୟଙ୍କ ବିବାହ ଏଗ୍ରିମେଣ୍ଟ; ‘ଉଭୟ ବାହା ହୋଇଥିଲେ, କିନ୍ତୁ ନ ଥିଲା ସ୍ୱାମୀ-ସ୍ତ୍ରୀର ସମ୍ପର୍କ’ appeared first on Odisha Reporter.



from Odisha Reporter https://ift.tt/3wJ0NJ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages