ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ବିପଦ ସହ ମୁକାବିଲା କରୁଛି ଭାରତ। ଏହାରି ଭିତରେ ଆମେରିକା ଏକ ରିପୋର୍ଟ ଜାରି କରିଛି। ଏଯାବତ ଭାରତରେ ୫୦ ଲକ୍ଷ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି ବୋଲି ଆମେରିକା ଏକ ସର୍ଭେ କରି କହିଛି। ଯଦିଓ ଭାରତ କହୁଛି ଏଯାବତ ୪ ଲକ୍ଷ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି। ଯାହାକି ଭାରତ ସରକାରଙ୍କ ରିପୋର୍ଟ ତୁଳନାରେ ୧୦ ଗୁଣା ଅଧିକ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୪,୧୪,୪୮୨ ଜଣଙ୍କର ମୃତ୍ୟୁ ଘଟିଛି, ଯାହା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ଏଥି ସହିତ ଆମେରିକାରେ ୬୦,୯୦୦୦ ଏବଂ ବ୍ରାଜିଲରେ ୫୪, ୨୦୦୦ ମୃତ୍ୟୁ ଘଟିଛି। ଆମେରିକାର ସେଣ୍ଟର ଅଫ୍ ଗ୍ଲୋବାଲ୍ ଡେଭଲପମେଣ୍ଟର ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ କରୋନାରେ ସର୍ବାଧିକ ମୃତ୍ୟୁ ଆମେରିକାରେ ଘଟିଛି। ପୂର୍ବରୁ ଅନେକ ସଂସ୍ଥା ମଧ୍ୟ ଆମେରିକା କ୍ଷେତ୍ରରେ ସମାନ ଦାବି କରିଥିଲେ।
ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ ଷ୍ଟଡି ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ସରକାରୀ ତଥ୍ୟ, ଅନ୍ତର୍ଜାତୀୟ ଆକଳନ, ସେରୋ ଲୋଜିକାଲ ରିପୋର୍ଟ ଏବଂ ଘରୋଇ ସର୍ଭେ ରହିଛି। ଏହି ରିପୋର୍ଟର ବିଶେଷତ୍ୱ ହେଉଛି ରିପୋର୍ଟକୁ ଲେଖିଥିବା ଲେଖକଙ୍କ ମଧ୍ୟରେ ମୋଦି ସରକାରର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମଙ୍କ ରହିଛନ୍ତି।
ଗବେଷକ ମାନେ କହିଛନ୍ତି ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ ଯଦି ପୁଙ୍ଖାନୁପୁଙ୍ଗ ଭାବରେ ଦେଖାଯିବ। ତେବେ ଭାରତ ସ୍ୱାଧୀନତା ହେବା ପରଠାରୁ ଏହା ଭାରତର ସବୁଠାରୁ ବଡ ଦୁଃଖଦ ଘଟଣା। ଏହି ଅଧ୍ୟୟନରେ କରୋନା ବେଳେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଏହାର ପୂର୍ବ ବର୍ଷର ମୃତ୍ୟୁ ରିପୋର୍ଟର ତଥ୍ୟକୁ ବିଶ୍ଳେଷଣ କରାଯାଇଛି। ଏହି ଗବେଷଣା ସଂସ୍ଥା ନିଜର ରିପୋର୍ଟ ଦାବି କରି କେନ୍ଦ୍ର ସରକାରଙ୍କ କୋଭିଡ ମୃତ୍ୟୁ ରିପୋର୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
The post ‘ଭାରତରେ ୫୦ ଲକ୍ଷ ଲୋକଙ୍କର କୋଭିଡରେ ମୃତ୍ୟୁ ଘଟିଛି’ appeared first on Odisha Reporter.
from Odisha Reporter https://ift.tt/3BkWDe5
No comments:
Post a Comment