ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମ୍ସରୁ ଡିସଚାର୍ଜ ହେବା ପରେ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଜେରା କରାଯାଉଛି। ଏୟାରଫିଲଡ୍ ଥାନା ପୁଲିସ୍ ପକ୍ଷରୁ ଆଜି ଜଗନ୍ନାଥଙ୍କୁ ପଚରାଉଚରା କରାଯାଉଛି । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇପାରେ ବୋଲି ଆଲୋଚନା ହେଉଛି ।
ବହୁ ଚର୍ଚ୍ଚିତ ପ୍ରିୟଦର୍ଶିନୀ ହତ୍ୟା ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଜଗନ୍ନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ପୁଲିସ୍ ଗିରଫ କରିବା ପରେ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଜଗନ୍ନାଥଙ୍କ ଏକ ଶିର କଟିଥିବାରୁ ଉନ୍ନତ ମାନର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ତାଙ୍କୁ ଏମ୍ସ ପଠାଯାଇଥିଲା ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଥିଲେ।
ସୂଚନାଯୋଗ୍ୟ, ଉଭୟ ଜଗନ୍ନାଥ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଦୀର୍ଘ ଦିନର ସମ୍ପର୍କ ଥିବା ବେଳେ ପ୍ରିୟଙ୍କାଙ୍କ ବିବାହ ପରେ ଏଥିରେ ପୂର୍ଣ୍ଣଛେଦ ପଡ଼ିଥିଲା। ପ୍ରିୟଙ୍କା ନିଜ ସ୍ୱାମୀ ଓ ପୁଅ ସହ ଭୁବନେଶ୍ୱରରେ ରହୁଥିବା ବେଳେ ଜଗନ୍ନାଥ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ହେଲେ ଗତବର୍ଷ ଲକ୍ଡାଉନ୍ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଏହାପରେ ପୁନର୍ବାର ଉଭୟଙ୍କ ମଧ୍ୟରେ ଫେସ୍ବୁକ୍ ଯୋଗେ ବନ୍ଧୁତା ହେବା ସହ ଉଭୟ ଫୋନ୍ରେ କଥାବାର୍ତ୍ତା ମଧ୍ୟ କରୁଥିଲେ। କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଜଗନ୍ନାଥ ଏହି କାଣ୍ଡ ଘଟାଇବା ପୂର୍ବରୁ ହ୍ୱାଟ୍ସଆପ୍ରେ ମେସେଜ୍ କରିଥିଲେ। ଏମିତିକି ପ୍ରିୟଙ୍କାଙ୍କ ପୂର୍ବରୁ ତାଙ୍କର ୩ ବର୍ଷର ପୁଅକୁ ହତ୍ୟା କରିବାକୁ ଜଗନ୍ନାଥ ଯୋଜନା କରିଥିଲେ ବୋଲି ପୁଲିସ୍ ପକ୍ଷରୁ ମିଳିଥିବା ସୂଚନାରୁ ଜଣାଯାଇଛି।
ଘଟଣା ଦିନ ସକାଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ପଳାଇଥିବା ବେଳେ ତାଙ୍କ ପୁଅ ପଡ଼ୋଶୀଙ୍କ ଘରକୁ ଖେଳିବାକୁ ଯାଇଥିଲା। ଏହି ସମୟରେ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରେ ପଶି ତାଙ୍କୁ ଛୁରୀରେ ଆକ୍ରମଣ କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଜଗନ୍ନାଥ ଏହି କାଣ୍ଡ ଘଟାଇବା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ୱାମୀଙ୍କୁ ହ୍ୱାଟ୍ସଆପ୍ରେ ମେସେଜ୍ କରିଥିଲେ। ଏହାପରେ ପପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗନ୍ନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଥିଲା। ଜଗନ୍ନାଥ ଏହି ଘଟଣାର ଏକମାତ୍ର ଅଭିଯୁକ୍ତ ହୋଇଥିବାରୁ ସୁସ୍ଥ ହେବା ପରେ ପୁଲିସ୍ ଏବେ ତାଙ୍କଠୁ ସତ ଓଗାରିବାକୁ ଚେଷ୍ଟା ଚଳାଇଛି।
The post ଜଗନ୍ନାଥଙ୍କୁ ଜେରା, ଫିଟିବ ପ୍ରିୟଙ୍କା ହତ୍ୟାର ଗୁମର appeared first on Odisha Reporter.
from Odisha Reporter https://ift.tt/3iyC5Ga
No comments:
Post a Comment