‘୧୫ ଦିନରେ ସରିବ ବଳକା ମୃତ୍ୟୁର ଅଡିଟ୍‌ ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 28, 2021

‘୧୫ ଦିନରେ ସରିବ ବଳକା ମୃତ୍ୟୁର ଅଡିଟ୍‌ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ମୃତ୍ୟୁ ସଂଖ୍ୟାର ଅଡିଟ ଶେଷ ହେଉ ନାହିଁ। ଦୈନିକ ପ୍ରାୟ ୬୦ରୁ ୭୦ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ଏହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଉଛି। ହେଲେ ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ଏନେଇ ଡିଏମଇଟି କହିଛନ୍ତି, ଆମ ରିପୋର୍ଟ ଡାଇନାମିକ୍‌। ପ୍ରତିଦିନ ପ୍ରତି ଜିଲ୍ଲାରୁ , ପ୍ରତି ଇନଷ୍ଟିଚ୍ୟୁଟରୁ ଆସୁଛି। ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଆମ ସମୀକ୍ଷା ଯୋଗୁ କେହି ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତୁ ସେଥିପ୍ରତି ନଜର ଦେଉଛୁ ।

କରୋନା କଟକଣାକୁ ନେଇ ଡିଏମଇଟି କହିଛନ୍ତି, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡ଼ଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି,   ତେଣୁ କଟକଣା ରହିବା ଦରକାର । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି ।

କୋଭିଡ ଗାଇଡ଼ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼ ଆଦି ଦେଖିକି ଅନଲକ୍‌ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ନେଇ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ଛୋଟ ଛୁଆଙ୍କୁ ଟିକା ଦେବା ନେଇ ସରକାରୀସ୍ତରରେ ଅନୁମୋଦନ ମିଳିନି  । ଗାଇଡ ଲାଇନ ଆସିବା ପରେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ହେବେ ବୋଲି ଡିଏମଇଟି କହିଛନ୍ତି  । ପରିସ୍ଥିତି ଆକଳନ କରି ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନିଆଯିବ।

The post ‘୧୫ ଦିନରେ ସରିବ ବଳକା ମୃତ୍ୟୁର ଅଡିଟ୍‌ ’ appeared first on Odisha Reporter.



from Odisha Reporter https://ift.tt/3rB4Xlm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages