ବିଳାସପୁର: ସହଦେବ ଡିର୍ଡୋ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ସ୍କୁଲ ଛାତ୍ରର ଭିଡିଓ। ‘ବଚପନ୍ କା ପ୍ୟାର’ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଛନ୍ତି ସହଦେବ। ୟୁଟ୍ୟୁବ, ଫେସବୁକ୍, ଇନଷ୍ଟାଗ୍ରାମରେ ଏହି ଗୀତକୁ ଅନେକ ଅପଲୋଡ୍ କରିବା ପରେ ଚାରିଆଡେ ଛାଇଯାଇଛନ୍ତି ଏହି ସ୍କୁଲ ବୟ।
ଇଣ୍ଟରନେଟ୍ ସେନସେସନ୍ ପାଲଟିଯାଇଥିବା ସହଦେବ ଡିର୍ଡୋଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେସ ବାଘେଲ। ଏହାପରେ ସହଦେବଙ୍କ ସହ ତାଙ୍କର ଏକ ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଲେଖିଛନ୍ତି, ବଚପନ୍ କା ପ୍ୟାର୍ .. ୱା।
ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଠିଆ ହୋଇ ବଚପନ୍ କା ପ୍ୟାର ଗୀତ ଗାଇଛନ୍ତି ସହଦେବ ଡିର୍ଡୋ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ଲୋକ ଦେଖିସାରିଲେଣି ଏବଂ ସମସ୍ତଙ୍କ ମୁହଁରେ ସହଦେବଙ୍କ ଟାଲେଣ୍ଟର ପ୍ରଶଂସା।
ସହଦେବ ଡିର୍ଡୋ ଛତିଶଗଡ ସୁକମା ଅଂଚଳର ବାସିନ୍ଦା। ସେ ଗାଇଥିବା ୨୦୧୯ର ଗୀତର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ଏହାକୁ ୯୦ ଲକ୍ଷ ଦର୍ଶକ ଦେଖିଲେଣି। ଦୁଇ ବର୍ଷ ତଳେ ସହଦେବ ଏହାକୁ ଗାଇଥିବା ବେଳେ ଏବେ ଏହା ଭାଇରାଲ ହେଉଛି। ସହଦେବଙ୍କ ଗାଇବା ଶୈଳୀ ଏବେ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ରେଣ୍ଡ ପାଲଟିଗଲାଣି।
सुकमा छत्तीसगढ़ का सुखदेव. स्टार बनेगा एक दिन. pic.twitter.com/sMnFCd2E5k
— Awanish Sharan (@AwanishSharan) July 24, 2021
बचपन का प्यार….वाह! pic.twitter.com/tWUuWFP71f
— Bhupesh Baghel (@bhupeshbaghel) July 27, 2021
The post ‘ବଚପନ୍ କା ପ୍ୟାର’ ଭାଇରାଲ ବୟକୁ ଭେଟିଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3BNVgoa
No comments:
Post a Comment