କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଋଣ କରାଇ ଦେବାକୁ କହି ଲୋକଙ୍କଠାରୁ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଠକି ନେଲେ ବ୍ୟାଙ୍କ ମ୍ୟାନେଜର। ଏଥିନିମନ୍ତେ ବିଛାଇଥିଲେ ପୂରା ଯୋଜନା। ପ୍ରାୟ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ସ୍କାମ ଚାଲି ଆସୁଥିବା ବେଳେ କାନାରା ବ୍ୟାଙ୍କର ପୂର୍ବତନ ମ୍ୟାନେଜର ମନମୋହନ ମହାନ୍ତିଙ୍କୁ ଶେଷରେ ବାନ୍ଧିଛି ପୁଲିସ୍।
ଯୋଜନା ମୁତାବକ, ଋଣ କରାଇ ଦେବାକୁ କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ ମନମୋହନ। ଏହାପରେ ସେମାନଙ୍କ ନାଁରେ ଥିବା ଅଗ୍ରୀମ ଚେକ୍ରୁ ଲକ୍ଷାଧିକ ଟଙ୍କା ହଡପ କରି ନେଉଥିଲେ। ମୋବାଇଲକୁ ଯେପରି ଲୋନ୍ ପାସ୍ ହୋଇଥିବାର ମେସେଜ ନ ଯିବ ତାହାର ମଧ୍ୟ ବ୍ୟବସ୍ଥା କରି ଦେଉଥିଲେ। ଫଳରେ ଲୋନ୍ ପାଇଁ ଆବେଦନ କରିଥିବା ବ୍ୟକ୍ତିଜଣକ ଲୋନ୍ ଅପେକ୍ଷାରେ ଥିବା ବେଳେ ତାଙ୍କ ନିକଟକୁ ଲୋନ୍ ଶୁଝିବାକୁ ମେସେଜ ଆସୁଥିଲା। ଲୋନ୍ ଟଙ୍କା ପାଇ ନ ଥିବା ବେଳେ ଶୁଝିବା ପାଇଁ ଆସିଥିବା ମେସେଜ ସମ୍ପର୍କରେ ବୁଝିବାକୁ ବ୍ୟାଙ୍କକୁ ଧାଇଁ ଧାଇଁ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହେଉଥିଲେ ଗ୍ରାହକ। ମନମୋହନ ଏପରି ପ୍ରାୟ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଜଣାଯାଇଛି। କେନ୍ଦ୍ରାପଡା ଜିଲ୍ଲା ଟାଉନ ଥାନା ଶାନ୍ତସାହିର ଜଗନ୍ନାଥ ଟ୍ରେଡର୍ସର ଅଭିଯୋଗ କ୍ରମେ ତାଙ୍କ ଅଗ୍ରୀମ ଚେକ୍ରୁ ୧୩ ଲକ୍ଷ ଟଙ୍କା ହଡପ କରି ଫେରାର ଥିଲେ ମ୍ୟାନେଜର।
ବହୁ ଲୋକଙ୍କ ଅଭିଯୋଗ ପରେ ମନୋମୋହନକୁ ତାଙ୍କ ପଦରୁ ବହିଷ୍କୃତ କରାଯାଇଥିଲା। ଏହାପରେ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍ ଖୋଜାଖୋଜି କରି ତାଙ୍କୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟଚାଲାଣ କରିଛି। ୨୦୧୪ ମସିହାରୁ ଏହି ସ୍କାମ ଚାଲିଥିବା ବେଳେ ଏଥିରେ ଅନ୍ୟ କୌଣସି କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହାର ତଦନ୍ତ କରୁଛି ପୁଲିସ୍। ମନମୋହନ ଏପରି ବହୁ ଗ୍ରାହକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଟାଉନ ଥାନା ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି ।
The post ଫ୍ରଡ୍ ବ୍ୟାଙ୍କ ମ୍ୟାନେଜର, ଲୋନ୍ କରିଦେବାକୁ କହି ଲୁଟି ନେଲା ୪ କୋଟି appeared first on Odisha Reporter.
from Odisha Reporter https://ift.tt/3e1iIEh
No comments:
Post a Comment