ଆଉ ୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ପ୍ରଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ଆଉ ୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ପ୍ରଦାନ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ତଥ୍ୟ ପ୍ରଦାନ କରାଯାଇଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ଦିନରେ ଏ ସମସ୍ତଙ୍କର ମୃତ୍ୟୁ ଘଟି ନଥିବା କୁହାଯାଇଛି। କରୋନା ଜନିତ ମୃତ୍ୟୁକୁ ନେଇ ଚାଲିଥିବା ଅଡିଟ୍‌ରୁ ଏହି ୬୧ ଜଣଙ୍କ ସଂପର୍କରେ ତଥ୍ୟ ଆସିଛି ଓ ସେମାନଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି କୁହାଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୬କୁ ବୃଦ୍ଧି ପାଇଛି।

କରୋନାରେ ପ୍ରାଣ ହରାଇଥିବା ଏହି ୬୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଅଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ସେହିପରି ବରଗଡ଼, ଗଞ୍ଜାମ,ମୟୂରଭଞ୍ଜ ଓ
ପୁରୀରୁ ୬ ଜଣ ଲେଖାଏଁ ଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦୁଝରରୁ ୪, ଢେଙ୍କାନାଳ, କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୭୮, ଗଞ୍ଜାମରେ ୩୭୦, ମୟୂରଭଞ୍ଜରେ ୧୪୯, ପୁରୀରେ ୨୬୬, ସମ୍ବଲପୁରରେ ୧୩୬, ସୁନ୍ଦରଗଡ଼ରେ ୩୮୯, କେନ୍ଦୁଝରରେ ୮୦, ନୟାଗଡ଼ରେ ୧୨୨, କଟକରେ ୩୦୫, ଢେଙ୍କାନାଳରେ ୯୧, ବୌଦ୍ଧରେ ୮୫, ଗଜପତିରେ ୭୧, ଝାରସୁଗୁଡ଼ାରେ ୧୩୦, କେନ୍ଦ୍ରାପଡ଼ାରେ ୯୪, ନୂଆପଡ଼ାରେ ୭୧ ଓ ରାୟଗଡ଼ାରେ ୧୫୦କୁ ବୃଦ୍ଧି ପାଇଛି।

The post ଆଉ ୬୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ପ୍ରଦାନ appeared first on Odisha Reporter.



from Odisha Reporter https://ift.tt/3r4tS0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages