କରୋନାରେ ଯଦି ଆଖି ବୁଜନ୍ତି ଇଏସ୍ଆଇ ହିତାଧିକାରୀ, ପରିବାର ଲୋକଙ୍କୁ ମିଳିବ ଏହି ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 6, 2021

କରୋନାରେ ଯଦି ଆଖି ବୁଜନ୍ତି ଇଏସ୍ଆଇ ହିତାଧିକାରୀ, ପରିବାର ଲୋକଙ୍କୁ ମିଳିବ ଏହି ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ମହାମାରୀ କରୋନାରେ କୌଣସି ଇଏସ୍ଆଇ ହିତାଧିକାରୀଙ୍କ ମୃତ୍ୟୁ  ହୁଏ,  ତେବେ ତାଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା। ଏନେଇ ଘୋଷଣା ହେବା ପରେ ଇଏସ୍ଆଇସି  ସେବା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁଜନିତ ଦୁଃଖରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାରବର୍ଗଙ୍କୁ ମିଳିଛି ଆଶ୍ୱସ୍ତି ।

ମୃତକଙ୍କ ପରିବାର ଲୋକଙ୍କୁ ପ୍ରତି ମାସରେ ତାଙ୍କ ହାରାହାରି ଦରମାର ୯୦% ପେନ୍‌ସନ ମିଳିବ । ହିତାଧିକାରୀଙ୍କ ମୃତ୍ୟୁ ପରେ ପତ୍ନୀ ଏକମାତ୍ର ନିର୍ଭରଶୀଳ ଥିଲେ  ସେ ପୁନଃବିବାହ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ ପେନ୍‌ସନ୍‌ ପାଇବାକୁ ଯୋଗ୍ୟ ହେବେ । ହିତାଧିକାରୀଙ୍କ ପରିବାର ଲୋକେ କୋଭିଡ୍ ପଜିଟିଭ୍ ରିପୋର୍ଟ ଓ ମୃତ୍ୟୁ  ପ୍ରମାଣପତ୍ର ସହ କ୍ଲେମ୍ ଫର୍ମ ପୂରଣ କରି ଏହି ପେନସନ୍‌ ପାଇଁ ଆବେଦନ  କରିପାରିବେ ।

୨୦୨୦ ମାର୍ଚ୍ଚ ୨୪ରୁ ପିଛିଲା ଭାବେ ଲାଗୁ ହୋଇଥିବା ଏହି ସ୍କିମ୍‌କୁ ସରକାର ୨ ବର୍ଷ ପାଇଁ କାର୍ଯ୍ୟକାରୀ କରିଛନ୍ତି । ଏହାସହ ମୃତ କର୍ମଚାରୀଙ୍କ ପତ୍ନୀ ବାର୍ଷିକ ୧୨୦ ଟଙ୍କା ପେମେଣ୍ଟ କରି ଇଏସ୍ଆଇ ମେଡିକାଲ ସେବାର ଫାଇଦା ମଧ୍ୟ  ଉଠାଇପାରିବେ ବୋଲି ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ପାର୍ଥ ସାରଥୀ ପଣ୍ଡା  କହିଛନ୍ତିା

ଏଥିସହ ସେ କହିଛନ୍ତି, ଏହି ସ୍କିମ୍‌ ୨୦୨୦ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ୨ ବର୍ଷ ଲାଗୁ ରହିବ। ଯେଉଁ ଇଏସ୍ଆଇସି ହିତାଧିକାରୀଙ୍କର କୋଭିଡ ଯୋଗୁ ମୃତ୍ୟୁ ହୋଇଛି, ସେମାନେ ପାଇଥିବା  ଶେଷ ଦରମାର ୯୦%  ପେନସନ୍‌ ମିଳିବ।

The post କରୋନାରେ ଯଦି ଆଖି ବୁଜନ୍ତି ଇଏସ୍ଆଇ ହିତାଧିକାରୀ, ପରିବାର ଲୋକଙ୍କୁ ମିଳିବ ଏହି ସୁବିଧା appeared first on Odisha Reporter.



from Odisha Reporter https://ift.tt/2SQWjCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages