ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଭୀମଟାଙ୍ଗୀ ଜଘନ୍ୟ ହତ୍ୟାକାଣ୍ଡର ତନାଘନା। କମିଶନରେଟ ପୁଲିସ ଏହାର ଖିଅ ଖୋଜିବାକୁ ପୁରା ଦମ୍ ଲଗାଇ ଦେଇଛି। ପୁଲିସର ଏକ ଟିମ୍ ଗତକାଲି ଅଭିଯୁକ୍ତ ଜଗନ୍ନାଥର ଗାଁ ବଡ଼ ମଙ୍ଗଳପୁର ଯାଇଥିଲା । ସେଠାରେ ଅଭିଯୁକ୍ତର ପରିବାର ଲୋକଙ୍କୁ ପଚରା ଉଚରା କରିଥିଲା। ତା ସହିତ ଅଭିଯୁକ୍ତ ସାନ ଭାଇର ମୋବାଇଲ ଜବତ କରିଛି ପୁଲିସ। କାରଣ ଫ୍ୟାମିଲି ହ୍ୱାଟସ୍ ଆପ ଗ୍ରୁପରୁ ଅନେକ ସୂଚନା ମିଳିପାରେ।
ଏହା ପରେ ପୁଲିସ ଟିମ୍ ପ୍ରିୟଙ୍କାଙ୍କ ଗାଁ ବନ୍ଧଡିହ ମଧ୍ୟ ଯାଇଥିଲା। ସେଠାରେ ମୃତକଙ୍କ ପରିବାରକୁ ପଚରା ଉଚରା କରିଥିବା ଜଣାପଡ଼ିଛି। ପ୍ରିୟଙ୍କା ଓ ଜଗନ୍ନାଥର କିଭଳି ସଂପର୍କ ଥିଲା ? କଣ ପାଇଁ ଜଗନ୍ନାଥ ଏତେ ବଡ଼ ଅପରାଧ କରିଥାଇପାରେ ?
ଏହା ପଛରେ କଣ କାରଣ ରହିଛି ? ଉଭୟଙ୍କ ମଧ୍ୟରେ ତିକ୍ତତା କଣ ପାଇଁ ସୃଷ୍ଟି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ। ଏଥିପାଇଁ ଉଭୟ ଅଭିଯୁକ୍ତ ଓ ମୃତକଙ୍କ ପରିବାରକୁ ପୁଲିସ ପଚରା ଉଚରା କରିଥିବା ଜଣାପଡ଼ିଛି ।ସେପଟେ ପ୍ରିୟଙ୍କାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ତାର ଶ୍ୱଶୁର ଘର କୁଆଖିଆ ଥାନା ମହମ୍ମଦପୁର ଗ୍ରାମରେ ପହଁଚିବା ପରେ ଗ୍ରାମ ସ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।
The post ଜଗନ୍ନାଥ ସାନଭାଇର ମୋବାଇଲ ଜବତ appeared first on Odisha Reporter.
from Odisha Reporter https://ift.tt/3yslZnW
No comments:
Post a Comment