ଘରୁ ହଜିଯାଉଛି ସୁଖଶାନ୍ତି, ଜାଣନ୍ତୁ, ରହିଛି କି ବାସ୍ତୁ ଦୋଷ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ଘରୁ ହଜିଯାଉଛି ସୁଖଶାନ୍ତି, ଜାଣନ୍ତୁ, ରହିଛି କି ବାସ୍ତୁ ଦୋଷ ?

ଘରେ ସୁଖଶାନ୍ତି ବିରାଜମାନ କରୁ ବୋଲି ସମସ୍ତେ ଚାହାନ୍ତି l ଏଥିପାଇଁ ଉଦ୍ୟମ ଜାରି ମଧ୍ୟ ରଖନ୍ତି l ସବୁ ପ୍ରକାର ସୁଖସୁବିଧା ଥାଇ ଵି ବେଳେ ବେଳେ ଘରେ ସୁଖଶାନ୍ତି ହଜିଯାଏ l ଘର  ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା, ଆପୋଷ ବୁଝାମଣା କମିଯାଏ l ଏଥିଯୋଗୁ ସବୁବେଳେ ମାନସିକ ଅଶାନ୍ତି ଲାଗି ରୁହେ  l କେବେ ଭାବିଛନ୍ତି ବାସ୍ତୁ ଦୋଷ ପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଥାଇପାରେ l

-ଯଦି ଆପଣଙ୍କ ଘରେ ଟଙ୍କା ପଇସା ସମ୍ବନ୍ଧିତ ଗଣ୍ଡଗୋଳ ଅର୍ଥାତ ଘର ଖର୍ଚ୍ଚ କିମ୍ବା କିଛି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହୁଛି ଏହାର ସିଧା ସମ୍ପର୍କ ଘରେ ଥିବା ଆଲମାରୀର ଦିଗ ସହ ରହିଛି l ଘର ଆଲମାରୀକୁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଁହ କରି ରଖନ୍ତୁ l ଦେଖିବେ କିପରି କଳହ ଦୂର ହୋଇଯିବ l

-ସେହିପରି ଦାମ୍ପତ୍ୟ ଜୀବନରେ କଳହ ଆରମ୍ଭ ହେଲେ ବେଡ଼ରୁମର କଲର କିପରି ରହିଛି ଧ୍ୟାନ ଦିଅନ୍ତୁ l ବେଡ଼ରୁମ ରଙ୍ଗ କେବେ ଵି ଡାର୍କ ରଖନୁ ନାହିଁ l ସବୁବେଳେ ହାଲକା ରଙ୍ଗ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ l ଏହାଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ପାଇବା ବଢିବ l

ବେଳେବେଳେ ଘରର ସଦସ୍ୟଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ମନୋମାଳିନ୍ୟ ଦେଖାଦିଏ l ଏପରି ସ୍ଥିତି ଉପୁଜିଲେ ଭାବିନେବେ ଘରେ କିଛି ବାସ୍ତୁ ଦୋଷ ଅଛି l ତେଣୁ ଘରର ସବୁ ସଦସ୍ୟଙ୍କ ବେଡ଼ରୁମର ଦିଗକୁ ପରଖି ନିଅନ୍ତୁ l ଘରେ ରହୁଥିବା ଦମ୍ପତିଙ୍କ ବେଡ଼ରୁମର ଦିଗ ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗ ହେବା ଉଚିତ l

ଘର ସଦସ୍ୟଙ୍କ ମଧ୍ୟରେ ବେଳେ ବେଳେ ସ୍ନେହ ପ୍ରେମ କମିଯାଏ l  ସାମାନ୍ୟ କଥାରେ ଝଗଡା କରିବାକୁ ପଛାନ୍ତି ନାହିଁ l ଏପରି ସମସ୍ୟା ଦେଖାଦେଲେ ରାତିରେ ଶୋଇବା ପୂର୍ବରୁ  ଏକ ପିତଳ ଥାଳିରେ କର୍ପୁର ରଖନ୍ତୁ l ସେଥିରେ ଘିଅ ଢାଳି ନିଆଁ ସଂଯୋଗ କରନ୍ତୁ l ଏପରି କରିବା ଦ୍ୱାରା ଘରେ ଦେଖାଦେଇଥିବା ଅଶାନ୍ତି ପରିବେଶ ଦୂର ହେବ ବୋଲି ବିଶ୍ୱାସ ରହିଛି l

 

The post ଘରୁ ହଜିଯାଉଛି ସୁଖଶାନ୍ତି, ଜାଣନ୍ତୁ, ରହିଛି କି ବାସ୍ତୁ ଦୋଷ ? appeared first on Odisha Reporter.



from Odisha Reporter https://ift.tt/3jImo1v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages