ପାକିସ୍ତାନର ନୂଆ ଭେଳିକି: ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏଟିଏଫକୁ କହିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ପାକିସ୍ତାନର ନୂଆ ଭେଳିକି: ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏଟିଏଫକୁ କହିଲା

ଇସଲାମାବାଦ: ଭାରତ ବିରୋଧରେ ନୂଆ ଷଡ଼ଯନ୍ତ୍ର ଆରମ୍ଭ କରିଛି ପାକିସ୍ତାନ। ଭାରତ ଆତଙ୍କବାଦ କାର୍ଯ୍ୟକଳାପ ପାକିସ୍ତାନରେ ଜାରି ରଖିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ବୋଲି ଇସଲାମାବାଦ ଅଭିଯୋଗ କରିଛି। ଏଥିପାଇଁ ଗ୍ଲୋବାଲ ୱାଚ୍ ଡଗ ଏଫଏଟିଏଫ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ପାକିସ୍ତାନ କହିଛି।

ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ କରୁଥିବାରୁ ଏଫଏଟିଏଫ ପାକିସ୍ତାନକୁ ସନ୍ଦିଗ୍ଧ ବା ଗ୍ରେ ଲିଷ୍ଟରେ ରଖିଛି। ଯଦି ସଂସ୍ଥା ଭାରତ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ, ତା’ହେଲେ ଏଫଏଟିଏଫ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ଭାବିବାକୁ ପଡ଼ିବ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସୀ କହିଛନ୍ତି।

ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ କୁରେସୀ ନିକଟରେ ଲାହୋରର ଜୋହର ସହରରେ ହୋଇଥିବା ବିସ୍ଫୋରଣ ପଛରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦର ଘର ପାଖରେ ହିଁ ବିସ୍ଫୋରଣ ହୋଇଥିଲା। ଭାରତ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରିବା ସହ ତାଲିମ ଦେଇ ପାକିସ୍ତାନର ଶାନ୍ତିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି କୁରେସୀ କହିଛନ୍ତି।

କୁରେସୀ ଆହୁରି କହିଛନ୍ତି, ଦୀର୍ଘ ବର୍ଷ ହେଲାଣି ଭାରତ ଏଠାରେ(ପାକିସ୍ତାନ)ରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରଖିଛି ବୋଲି ଆମେ କହି ଆସୁଛୁ। କିନ୍ତୁ ଏହା ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। କୌଣସି ଅନ୍ତର୍ଜାତୀୟ ସଂଗଠନ କିମ୍ବା ଅନ୍ତର୍ଜାତୀୟ ସମୂହ କିଛି ବି କହୁନାହାନ୍ତି।

ଭାରତ ଆତଙ୍କବାଦ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ପ୍ରମାଣ ମିଳିଛି। ଏଫଏଟିଏଫର କର୍ତ୍ତବ୍ୟ ହେଲା ଭାରତ କାହିଁକି ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ କରୁଛି, ସେ ସମ୍ପର୍କରେ ପ୍ରଶ୍ନ କରିବା କଥା। ଯଦି ଏଫଏଟିଏଫ ଭାରତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ସଂସ୍ଥା ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ପ୍ରମାଣିତ ହେବ। ପାକିସ୍ତାନ ଏହା ବିରୋଧରେ ସ୍ୱର ଉଠାଇବାକୁ ଅଧିକାର ରଖିଛି। ଆଗକୁ ପାକିସ୍ତାନ ଏଥିପାଇଁ ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି।

The post ପାକିସ୍ତାନର ନୂଆ ଭେଳିକି: ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଫଏଟିଏଫକୁ କହିଲା appeared first on Odisha Reporter.



from Odisha Reporter https://ift.tt/2V5Zd6N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages