ଫନି ବାତ୍ୟାର ୨୫ମାସ ପରେ ବି ପକ୍କାଘର ମିଳିନି, ବର୍ଷିଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ଫନି ବାତ୍ୟାର ୨୫ମାସ ପରେ ବି ପକ୍କାଘର ମିଳିନି, ବର୍ଷିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଳୟଙ୍କରୀ ଫନି ବାତ୍ୟାର ୨୫ମାସ ପରେ ମଧ୍ୟ ପ୍ରଭାବିତ ଗରିବ ତଥା ହିତାଧିକାରୀଙ୍କୁ ପକ୍କାଘରଟିଏ ଯୋଗାଇବାରେ ରାଜ୍ୟ ସରକାର ସକ୍ଷମ ହୋଇପାରି ନାହାନ୍ତି। ଲୋକଙ୍କ ଘର ଦେବା ବଦଳରେ ହିତାଧିକାରୀ ଚୟନ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଭବନରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ ୨୦୧୯ ମେ ୩ ତାରିଖରେ ମହାବାତ୍ୟା ଫନିର ପ୍ରଭାବରେ ରାଜ୍ୟର ୧୪ ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ସ୍ଥଳେ ପୁରୀ ଜିଲ୍ଲାର ସମଗ୍ର ୧୧ଟି ବ୍ଲକ ଧସ୍ତବିଧ୍ୱସ୍ତ ହୋଇଯାଇଥିଲା। ରାଜ୍ୟ ସରକାର ବାତ୍ୟାର ଦିନକ ପରେ ବାତ୍ୟା କ୍ଷତିଗ୍ରସ୍ତ ଚିହ୍ନଟ ଆରମ୍ଭ କରିଥିଲେ। ସୂଚନା ଅଧିକାର ତଥ୍ୟ କହୁଛି, ଏବେ ମଧ୍ୟ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟ ସରକାର ୧୪ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ଗତ ଦୁଇବର୍ଷ ହେଲା କହି ହେଉଛନ୍ତି । ତେବେ ପଂଚାୟତିରାଜ ବିଭାଗଠୁ ଆରମ୍ଭ କରି ବ୍ଲକସ୍ତରର ଅଧିକାରୀଙ୍କ ପର୍ଯ୍ୟନ୍ତ, ସମନ୍ୱୟ ଅଭାବରୁ ହିତାଧିକାରୀ ଚୟନ ତାଲିକାକୁ ଚୂଡ଼ାନ୍ତ ରୂପ ଦିଆଯାଇପାରିନି କିମ୍ବା ହିତାଧିକାରୀଙ୍କୁ କେବେ ମୁଣ୍ଡ ଗୁଞ୍ଜିବାକୁ ଘର ମିଳିବ ତାହା ଜଣାପଡ଼ୁନି। ତେଣୁ ପ୍ରଭାବିତଙ୍କୁ ପକ୍କାଘର ଯୋଗାଣ କ୍ଷେତ୍ରରେ ରାଜ୍ୟ ସରକାର କେବଳ ଗର୍ଭଧାରଣ କରିବାରେ ସିଦ୍ଧହସ୍ତ। କିନ୍ତୁ ଛୁଆ ଜନ୍ମ କରିବା ଘର ଶୂନ ବୋଲି ଶ୍ରୀ ମିଶ୍ର କଟାକ୍ଷ କରି କହିଛନ୍ତି।

ସେ କହିଛନ୍ତି ଯେ, ଚଳିତ ଜୁଲାଇ ମାସ ୯ତାରିଖରେ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ସମସ୍ତ ବିଡ଼ିଓକୁ ଚିଠି ଲେଖି ପକ୍କାଘର ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି ବୋଲି ପଂଚାୟତିରାଜ ବିଭାଗ ଅନୁଭବ କରିବା ସହିତ ତଦନ୍ତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ତାଲିକାରେ ଯୋଡ଼ିବା ପାଇଁ ସ୍ପଷ୍ଟ ଉଲ୍ଲେଖ କରିଥିଲେ। କିନ୍ତୁ ଠିକ ୭ଦିନ ପରେ ଜୁଲାଇ ୧୫ତାରିଖରେ ପୂର୍ବ ନିର୍ଦ୍ଦେଶ(ଚିଠି)କୁ ଅକାମି ନୂତନ ନିର୍ଦ୍ଦେଶନାମା ଜାରି କଲେ। ଜିଲ୍ଲା ଅଧିକାରୀ ଏବଂ ବ୍ଲକସ୍ତରର ଅଧିକାରୀମାନେ କେବଳ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ଦେବେ, କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିପାରିବେ ନାହିଁ ବୋଲି ଦର୍ଶାଇଲେ। ତେଣୁ କିଛି ନିର୍ଦ୍ଦିଷ୍ଟ ଅଧିକାରୀ-ରାଜନେତାଙ୍କ କଳାକାରନାମା ଯୋଗୁଁ ଏବେ ରାଜ୍ୟରେ ଲକ୍ଷଲକ୍ଷ ବାସହରା ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପାଇବାରୁ ବଂଚିତ ହେଉଛନ୍ତି । ଫନି ବାତ୍ୟାରେ ଘର ଭାଙ୍ଗିଥିବା ପରିବାରକୁ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଫନି କ୍ଷତିଗ୍ରସ୍ତଙ୍କ ତାଲିକା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ପକ୍କାଘର ବଣ୍ଟନରେ ବଡ଼ ଅନିୟମିତତା ହୋଇଛି । ସରକାର ନିଜ ବିଭାଗର ଅଧିକାରୀମାନଙ୍କୁ ବି ବିଶ୍ୱାସକୁ ନେଇପାରୁନାହାନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

ପକ୍କାଘର ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କୁ କାଟି ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ପକ୍କାଘର ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post ଫନି ବାତ୍ୟାର ୨୫ମାସ ପରେ ବି ପକ୍କାଘର ମିଳିନି, ବର୍ଷିଲା କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/2TJFvNY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages