ଏଣିକି ମେଡିକାଲ ପ୍ରାକ୍ଟିସ ପାଇଁ ଦେବାକୁ ହେବ ପରୀକ୍ଷା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 30, 2021

ଏଣିକି ମେଡିକାଲ ପ୍ରାକ୍ଟିସ ପାଇଁ ଦେବାକୁ ହେବ ପରୀକ୍ଷା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମେଡିକାଲ ପ୍ରାକ୍ଟିସ କରିବା ପାଇଁ ହେଲେ ଏଣିକି ପରୀକ୍ଷା ଦେବାକୁ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି। ଏଥିପାଇଁ The National Exit Test (NEXT) ନାମରେ ଏକ ପରୀକ୍ଷା ଆୟୋଜନ ହେବ। ଗତକାଲି ମନ୍ତ୍ରୀ ନ୍ୟାଶନାଲ ମେଡିକାଲ କମିଶନ (NMC) ବୈଠକରେ ଯୋଗ ଦେଇଥିଲା। ଏହାପରେ NEXT ପରୀକ୍ଷା ନେଇ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ତେଣୁ ୨୦୨୩ରେ ଏହି ପରୀକ୍ଷା ଆୟୋଜନ ହେବ ବୋଲି ଜଣାପଡ଼ିଛି।

ବୈଠକରେ NMC ପକ୍ଷରୁ କୁହାଯାଇଛି ଯେ ୨୦୨୩ ଜୁନରେ ଏହି ପରୀକ୍ଷା କରାଇବାକୁ ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ଏପରି ପରୀକ୍ଷା ହେବ ତେଣୁ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ଏକ ସମାନ ଧରଣର ଏକ ପରୀକ୍ଷା କରାଯିବ। ଯାହା ଚଳିତ ବର୍ଷ ଶେଷ ଆଡକୁ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୋଟ୍ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ। ଯେଉଁମାନେ ଏମବିବିଏସ ପାସ୍ କରିଥିବେ ସେମାନେ ଲାଇସେନ୍ସ ପାଇବା ପାଇଁ ଏହି ପରୀକ୍ଷା ଦେବେ। ଏଥିସହ ଏହି ମାର୍କ ପିଜିରେ ଆଡମିଶନ ବେଳେ ମଧ୍ୟ ବିଭାଗ ଚୟନ କରିବାରେ ସହାୟକ ହେବ।

ଏହି ପରୀକ୍ଷା ଗୁଣାତ୍ମକ ଚିକିତ୍ସା, ସ୍ୱାସ୍ଥ୍ୟ ସେବା ନିର୍ମାଣ ପାଇଁ ସହଯୋଗ କରିବ। କେନ୍ଦ୍ର ସରକାର ଏପରି କରିବାକୁ ପ୍ରତିବଦ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

The post ଏଣିକି ମେଡିକାଲ ପ୍ରାକ୍ଟିସ ପାଇଁ ଦେବାକୁ ହେବ ପରୀକ୍ଷା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3lh80xJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages