ନୂଆଦିଲ୍ଲୀ: ତାଗିଦ ପରେ ବାଟକୁ ଆସିଲା ଟ୍ୱିଟର। ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି ଟ୍ୱିଟର୍। ବିନୟ ପ୍ରକାଶ ଏହି ଭାର ସମ୍ଭାଳିବେ। ଏହା ସହିତ ବିଭିନ୍ନ ମାମଲାରେ ଟ୍ୱିଟର ଆକାଉଣ୍ଟ ବିରୋଧରେ ନିଆଯାଇଥିବା କାର୍ୟ୍ୟ ଉପରେ ମାସିକ ରିପୋର୍ଟ ମଧ୍ୟ ରଖାଯାଇଛି। କମ୍ପାନୀର ୱେବସାଇଟରେ ଏହି ସୂଚନା ଦିଆଯାଇଛି।
ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଛି ଯେ ନୂତନ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ (ଆବାସିକ ଅଭିଯୋଗ ଅଧିକାରୀ) ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଜୁଲାଇ ୧୧ କିମ୍ବା ଏହା ପୂର୍ବରୁ ଏହି ପ୍ରକ୍ରିୟା ପୂରଣ ହେବା ନେଇ ଆଶା କରାଯାଉଛି।
ସୂଚନାଯୋଗ୍ୟ, ଭାରତରେ ନୂତନ ଆଇଟି ନିୟମାବଳୀ ପାଳନ ନ କରିବାରୁ ଟ୍ୱିଟର କ୍ରମାଗତ ଭାବେ ବିବାଦ ଘେରକୁ ଆସୁଥିଲା। ଜୁଲାଇ ୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଭାରତରେ ଅଭିଯୋଗ ଅଧିକାରୀ ନିଯୁକ୍ତ ଲାଗି ଟ୍ୱିଟରକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ନୂଆ ଆଇଟି ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ସୋସିଆଲ ମିଡିଆ କମ୍ପାନୀଗୁଡିକ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତ କରିବା ଆବଶ୍ୟକ। ମୁଖ୍ୟ ନିୟମ ଅଧିକାରୀ, ନୋଡାଲ ଅଫିସର ଏବଂ ଅଭିଯୋଗ ଅଧିକାରୀ। ଏହି ତିନିଜଣ ଅଧିକାରୀ ଭାରତର ବାସିନ୍ଦା ହେବା ଉଚିତ୍।
କମ୍ପାନୀ ୨୬ ମେ’ ୨୦୨୧ ରୁ ୨୫ ଜୁନ୍ ୨୦୨୧ ପର୍ୟ୍ୟନ୍ତ ଏହାର ଅନୁପାଳନ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ନୂଆ ଆଇଟି ନିୟମ ଅନୁଯାୟୀ ଏହା ଅନ୍ୟ ଏକ ଆବଶ୍ୟକତା ଯାହା ମେ’ ୨୬ ରୁ ଲାଗୁ ହୋଇଥିଲା।
ଏହାପୂର୍ବରୁ ଟ୍ୱିଟର ଧର୍ମେନ୍ଦ୍ର ଚତୁରଙ୍କୁ ଆଇଟି ନିୟମ ଅନୁଯାୟୀ ଭାରତ ପାଇଁ ମଧ୍ୟବର୍ତ୍ତୀକାଳୀନ ଅଭିଯୋଗ ଅଧିକାରୀ ଭାବ ନିଯୁକ୍ତ କରିଥିଲା। ଗତ ମାସରେ ଚତୁର ଇସ୍ତଫା ଦେଇଥିଲେ। ଟ୍ୱିଟରରେ ଭାରତରେ ପ୍ରାୟ ୧.୭୫ କୋଟି ଉପଭୋକ୍ତା ଅଛନ୍ତି।
The post ଭାରତ ପାଇଁ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର୍ appeared first on Odisha Reporter.
from Odisha Reporter https://ift.tt/3yJcWyV
No comments:
Post a Comment