ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 10, 2021

ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯାଇଛି ଏ ବର୍ଷର ପ୍ରଥମ ବନ୍ୟାଜଳ। ମୋଟ ୨ଟି ଗେଟ୍‌ ଦେଇ ବର୍ତ୍ତମାନ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି।

ଆଜି ଦିନ ପ୍ରାୟ ୧୧ଟା ବେଳେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍‌କୁ ଖୋଲାଯାଇଥିଲା। ଏହା ପରେ ଆଉ ଗୋଟେ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ ହୀରାକୁଦ୍, ବୁର୍ଲା ଓ ସମ୍ବଲପୁର ଅଞ୍ଚଳରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା।

ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ହେଉଛି ୬୩୦ ଫୁଟ୍‌। ଏବେ ଏଠାରେ ଜଳପତ୍ତନ ୬୦୯.୩୯ ଫୁଟ୍ ରହିଛି। ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୬୩ ହଜାର ୬୧୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡକୁ ୨୨ ହଜାର ୭୮୩ ଘନଫୁଟ୍ ଜଳ ନିଷ୍କାସିତ ହେଉଛି।

ଉପର ମୁଣ୍ଡରେ ବର୍ଷା କି ବନ୍ୟା ପରିସ୍ଥିତି ନଥିବାରୁ ଏବେ ଆଉ ଅଧିକ ଗେଟ୍‌ ଖୋଲାଯିବ ନାହିଁ ବୋଲି ଜଣାପଡ଼ିଛି। ଏହା ସହିତ ଏହି ବନ୍ୟାଜଳ ନିଷ୍କାସନ ଯୋଗୁ ତଳ ମୁଣ୍ଡରେ ତଥା ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିବାର କୌଣସି ସମ୍ଭାବନା ନାହିଁ ବୋଲି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି।

The post ହୀରାକୁଦ ଡ୍ୟାମ୍‌ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ appeared first on Odisha Reporter.



from Odisha Reporter https://ift.tt/3B0LZce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages