ବର୍ଷାରେ ବୁଡ଼ିଲା ରାଜଧାନୀ, ଚଳନ୍ତା ବସରେ ପଶିଲା ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ବର୍ଷାରେ ବୁଡ଼ିଲା ରାଜଧାନୀ, ଚଳନ୍ତା ବସରେ ପଶିଲା ପାଣି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲାଗି ରହିଛି ପ୍ରବଳ ବର୍ଷା। ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ୧୦୦ ମିଲିମିଟର୍ ହୋଇଥିବା ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦୁଇ ଦିନ ଯାଏ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷାର ପ୍ରଭାବରେ ଦିଲ୍ଲୀର ଅଧିକାଂଶ ମୁଖ୍ୟ ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାର୍, ଅଟୋ ଏବଂ ଦୁଇ ଚକିଆ ଯାନ ଆଂଶିକ ଜଳମଗ୍ନ ହୋଇଯାଇଛି, ଯାହାଦ୍ୱାରା ସକାଳର ଭିଡ଼ ଭିତରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍କାଏମେଟର ମହେଶ ପାଲାୱତ କହିଛନ୍ତି, ଦିଲ୍ଲୀରେ ୧୧ ପ୍ରତିଶତ ଅଧିକ ବର୍ଷା ହୋଇଛି।

ପ୍ରବଳ ବର୍ଷାରେ ସେଣ୍ଟ୍ରାଲ୍ ଦିଲ୍ଲୀର ପ୍ରଗତି ମଇଦାନ ଓ ଦକ୍ଷିଣ ଦିଲ୍ଲୀର ଏସେକ୍ସ ପାର୍ମ ନିକଟରେ ଥିବା ରାସ୍ତା ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପାଲମ୍ ଅଞ୍ଚଳରେ କାଦୁଅ ବର୍ଷା ଜଳ ଏକ ଚଳନ୍ତା ବସରେ ପଶିଯାଇଥିଲା। ସେହି ବସରେ ମଧ୍ୟ ଯାତ୍ରା ଯାତ୍ରା କରୁଥିଲେ। ସେପଟେ ଦିଲ୍ଲୀ ଟ୍ରାଫିକ ପୁଲିସ ଟ୍ୱିଟ କରି ପାଣିରେ ବୁଡି ରହିଥିବା ରାସ୍ତା ଏବଂ ପ୍ରଭାବିତ ହୋଇଥିବା ଟ୍ରାଫିକ ସମ୍ବନ୍ଧରେ ସୂଚନା ଦେଇଛି।

ନୋଏଡା ଏବଂ ଗୁରଗାଓଁର ବାସିନ୍ଦାମାନେ ନିଜ ନିଜ ଅଞ୍ଚଳରେ ବର୍ଷାର ଭିଡିଓ ପୋଷ୍ଟ କରିଛନ୍ତି। ସାଧାରଣତଃ ପ୍ରବଳ ବର୍ଷା ହେଲେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ସହରରେ ବନ୍ୟା ପରିସ୍ଥିତି ଏବଂ ଟ୍ରାଫିକ ସମସ୍ୟା ଦେଖା ଦେଇଥାଏ। ସୂଚନାଯୋଗ୍ୟ, ଜୁଲାଇ ୧୩ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଦିଲ୍ଲୀରେ ପହଞ୍ଚିଥିଲା।

The post ବର୍ଷାରେ ବୁଡ଼ିଲା ରାଜଧାନୀ, ଚଳନ୍ତା ବସରେ ପଶିଲା ପାଣି appeared first on Odisha Reporter.



from Odisha Reporter https://ift.tt/3y9zKZ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages