‘ଅଶୁଭ’ ସରକାରୀ ବଙ୍ଗଳାକୁ ଗଲେ ମୁଖ୍ୟମନ୍ତ୍ରୀ, ବଦଳାଇଲେ ବାସ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

‘ଅଶୁଭ’ ସରକାରୀ ବଙ୍ଗଳାକୁ ଗଲେ ମୁଖ୍ୟମନ୍ତ୍ରୀ, ବଦଳାଇଲେ ବାସ୍ତୁ

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଅନ୍ଧବିଶ୍ୱାସକୁ ପଛରେ ପକାଇ ବଡ଼ ପଦକ୍ଷେପ ନେଇଛନ୍ତି। ଅଶୁଭ କୁହାଯାଉଥିବା ସରକାରୀ ବଙ୍ଗଳାରେ ସେ ପରିବାର ସଦସ୍ୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସରକାରୀ ବଙ୍ଗଳାକୁ ସମସ୍ତେ ଅଶୁଭ କୁହନ୍ତି।

କାରଣ ଏଠାରେ ରହିବାକୁ ଆସୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ପଦ ଅଧାରୁ ଚାଲି ଯାଏ। ପୁଷ୍କରଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତୀରଥ ସିଂହ ରାୱତ ଏହି କାରଣ ପାଇଁ ବଙ୍ଗଳାରେ ରହି ନଥିଲେ। ତଥାପି ସେ ୪ ମାସ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ଡେରାଡୁନର କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ପ୍ରାୟ ୧୦ ଏକର ଜମିରେ ଏହି ସରକାରୀ ବଙ୍ଗଳା ରହିଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ବଙ୍ଗଳାକୁ ଯିବା ପୂର୍ବରୁ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତିକୁ ବଙ୍ଗଳାରୁ ଦୂରେଇ ରଖିବା ପାଇଁ ଏହାର ବାସ୍ତୁରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ସେଠାକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ପୁଷ୍କରଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥ ସିଂହ ରାୱତ ଏହାକୁ ଅଶୁଭ ବଙ୍ଗଳାର ଆଖ୍ୟା ଦେଇ ସେଠାକୁ ଯାଇ ନଥିଲେ। ଏହାକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। ହେଲେ ପୁଷ୍କର ସିଂହ ଧାମି ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନାହାନ୍ତି।

ପହରୀ ଶୈଳୀରେ ନିର୍ମାଣ ହୋଇଥିବା ଏହି ବଙ୍ଗଳାରେ ୬୦ଟି ରୁମ ରହିଛି। ୨୦୧୦ରେ ଏହାକୁ ତିଆରି କରାଯାଇଥିଲା। ଏହି ଜମିରେ ଗୋଟିଏ ବ୍ୟାଡମିଣ୍ଟନ କୋର୍ଟ, ସୁଇମିଂ ପୁଲ, ଏକାଧିକ ଘାସ ବଗିଚା, ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀମାନଙ୍କ ପାଇଁ ଭିନ୍ନଭିନ୍ନ ଅଫିସ ଇତ୍ୟାଦି ରହିଛି।

ଏହି ବଙ୍ଗଲାରେ ରହିଥିବା ମୁଖ୍ୟମନ୍ତ୍ରୀମାନେ ହେଲେ ରମେଶ ପୋଖରିୟାଲ ନିଶଙ୍କ, ମେଜର ଜେନେରାଲ(ଅବରପ୍ରାପ୍ତ) ବିସି ଖାଣ୍ଡୁରୀ, ବିଜୟ ବହୁଗୁଣା ଓ ତ୍ରିବେନ୍ଦ୍ର ସିଂହ ରାୱତ। ଏମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷ ପୂରଣ କରିପାରି ନାହାନ୍ତି। ରାଜ୍ୟର ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଏନଡି ତିୱାରୀ ତାଙ୍କ କାର୍ଯ୍ୟକାଳ ପୂରଣ କରିଥିଲେ।

ତ୍ରିବେନ୍ଦ୍ର ସିଂହ ରାୱତ ତାଙ୍କ ନିକଟରେ ପହଞ୍ଚିବା ସହ ୪ ବର୍ଷ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ହେଲେ ବର୍ଷକ ଆଗରୁ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ୨୦୧୭ରେ ତ୍ରିବେନ୍ଦ୍ର ସିଂହ ରାୱତ ସବୁ ଅନ୍ଧବିଶ୍ୱାସକୁ ଭୁଲି ବଙ୍ଗଳାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏଠାରେ ୨ ଘଣ୍ଟା କାଳ ପୂଜା ହୋଇଥିଲା। ଏଥିରେ ତାଙ୍କ କ୍ୟାବିନେଟ ସହଯୋଗୀ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ନିଶଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଏହି ବଙ୍ଗଳାରେ ରହିଥିଲେ। ବଙ୍ଗଳାକୁ ଯିବାର କିଛି ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବିଜୟ ବହୁଗୁଣା ବଙ୍ଗଳାରେ ରହିଥିଲେ ହେଁ ସେ ୨ ବର୍ଷରୁ କମ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ।

ବିଜୟ ବହୁଗୁଣାଙ୍କ ଠାରୁ ହରିଶ ରାୱତ ଦାୟିତ୍ୱ ନେଇଥିଲେ। କିନ୍ତୁ ସେ ସରକାରୀ ବଙ୍ଗଳାରେ ରହିବାକୁ ଚାହିଁ ନଥିଲେ। ସେ ବିଜାପୁର ଗେଷ୍ଟ ହାଉସରୁ କାମ କରିଥିଲେ। ଏହି ଗେଷ୍ଟ ହାଉସଟି ସରକାରୀ ବଙ୍ଗଳା ଠାରୁ ୫୦୦ ମିଟର ଦୂରରେ ରହିଛି।

The post ‘ଅଶୁଭ’ ସରକାରୀ ବଙ୍ଗଳାକୁ ଗଲେ ମୁଖ୍ୟମନ୍ତ୍ରୀ, ବଦଳାଇଲେ ବାସ୍ତୁ appeared first on Odisha Reporter.



from Odisha Reporter https://ift.tt/3BOjDSC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages