କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 20, 2021

କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ

ପୁରୀ(ଓଡ଼ିଶା ରିପୋର୍ଟର): ଗତବର୍ଷ ପରି ଚଳିତ ବର୍ଷ ବି କଡ଼ା କଟକଣା ମଧ୍ୟରେ ବିନା ଭକ୍ତରେ ରଥ ଯାତ୍ରା ଓ ବାହୁଡ଼ା ଅନୁଷ୍ଠିତ ହୋଇଥିବା ବେଳେ ଭାଇଭଉଣୀଙ୍କ ସହ କାଳିଆ ଠାକୁରଙ୍କ ରଥ ବଡ଼ଦାଣ୍ଡରେ ଲାଗିଛି। ସବୁକିଛି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାଲିଥିବା ବେଳେ ଏକ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଚାରିଆଡ଼େ ପୁଲିସ୍‌ ଛାଉଣୀ ସତ୍ତ୍ୱେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ପହଞ୍ଚିଗଲେ ଅଣସେବାୟତ ।  ଏହି ଫଟୋ ଏବେ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି । ନିଜ ସୋଶାଲ ମିଡିଆ ସାଇଟରେ ଦୁଇ ଜଣ ଏହି ଫଟୋ ଅପଲୋଡ ମଧ୍ୟ କରିଛନ୍ତି । ଦୁଇ ଜଣ ବ୍ୟକ୍ତି ମାସ୍କ ପିନ୍ଧିଥିବାରୁ ଏହା ଚଳିତ ବର୍ଷର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

ବଡ଼ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣସେବାୟତ ।

ପୁଲିସ୍‌ ଉପସ୍ଥିତିରେ ଦୁଇ ଜଣ ଯୁବକ ରଥ ଉପରେ ଚଢି କେମିତି ଫଟୋ ଉଠାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଫଟୋରେ ଥିବା ଏହି ଦୁଇ ଯୁବକ ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନାହିଁ  । ଏନେଇ ଜିଲ୍ଲାପାଳ କହିଛନ୍ତି ଘଟଣାର ଅନୁଧ୍ୟାନ କରାଯାଉଛି  । ସେହିପରି କର୍ଫ୍ୟୁ ସତ୍ତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜଣେ ଅଣ ସେବାୟତଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

The post କଡ଼ା କଟକଣା ସତ୍ତ୍ୱେ ବଳଭଦ୍ରଙ୍କ ରଥ ଚଢ଼ିଲେ ଅଣସେବାୟତ appeared first on Odisha Reporter.



from Odisha Reporter https://ift.tt/3BrCuTF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages