ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୁଲାଇ ୩୧ ତାରିଖ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ। କିନ୍ତୁ ସୁପ୍ରିମ୍କୋର୍ଟ ଜୁଲାଇ ୩୧ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ କହିଛନ୍ତି। ତେଣୁ ଜୁଲାଇ ୩୧ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଆମେ ଚେଷ୍ଟା କରୁଛୁ।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ମୁଁ ଆଶାବାଦୀ ଯେ ଆମେ ଜୁଲାଇ ୩୧ ଭିତରେ ରେଜଲ୍ଟ ପ୍ରକାଶ କରି ଦେବୁ। ଯଦି କିଛି ସମସ୍ୟା ହେଲା, ତା’ହେଲେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ।
କରୋନା ଯୋଗୁ ଏଥର ମାଟ୍ରିକ୍ ଭଳି ଯୁକ୍ତ ଦୁଇର ମଧ୍ୟ ପରୀକ୍ଷା ହୋଇନାହିଁ। ମାଟ୍ରିକ୍ ଭଳି ବିକଳ୍ପ ବ୍ୟବସ୍ଥା ଯୋଗେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରାଯିବ।
ସୂଚନାଯୋଗ୍ୟ, ଗତ ମାସରୁ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇ ସାରିଛି। ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେବା ଲାଗି ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି। ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମଫିଲ୍ଅପ୍ ଚାଲିଛି, ଯାହା ୧୪ ତାରିଖରେ ଶେଷ ହେବ। ଏହା ପରେ ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ହେବ।
The post ୩୧ ଭିତରେ ଯୁକ୍ତ ଦୁଇ ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/3jZO3Lp
No comments:
Post a Comment