ଦୁଇ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ, ୭ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ଦୁଇ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ, ୭ ଆହତ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଜମି ବିବାଦକୁ ନେଇ ଦୁଇ ସଂପର୍କୀୟ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଫାଣ୍ଡି ଅନ୍ତର୍ଗତ ଲାଞ୍ଜି ଗାଁରେ।

ଏହି ସଂଘର୍ଷରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଲିପ୍‌ସା ସାହୁ। ତାଙ୍କୁ ୫୫ ବର୍ଷ ହୋଇଥିଲା। ସଂଘର୍ଷ ବେଳେ ତାଙ୍କ ପୁତୁରାଙ୍କ ଠେଙ୍ଗା ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଗତକାଲି ଜମିରେ କପା ଚାଷ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏହି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଲିପ୍‌ସାଙ୍କ ସମେତ ତାଙ୍କ ପରିବାରର ୫ ଜଣ ଆହତ ହୋଇଥିଲେ। ସେହିପରି ଲିପ୍‌ସାଙ୍କ ପୁତୁରାକୁ ମିଶାଇ ଅନ୍ୟ ପରିବାରର ମୋଟ ତିନି ଜଣ ଆହତ ହୋଇଥିଲେ।

ସମସ୍ତ ଆହତଙ୍କୁ ଭବାନୀପାଟଣା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲିପ୍‌ସା ସାହୁଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ତଥା ଲିପ୍‌ସାଙ୍କ ପୁତୁରା ସମେତ ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ଲିପ୍‌ସାଙ୍କ ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

The post ଦୁଇ ପରିବାର ମଧ୍ୟରେ ସଂଘର୍ଷ; ଜଣେ ମୃତ, ୭ ଆହତ appeared first on Odisha Reporter.



from Odisha Reporter https://ift.tt/3xvSph8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages