ରାଗରେ ପଦ ଛାଡ଼ିଥିଲେ, ଅମିତ ଶାହ ବୁଝାଇବା ପରେ ପୁଣି ଦାୟିତ୍ୱ ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ରାଗରେ ପଦ ଛାଡ଼ିଥିଲେ, ଅମିତ ଶାହ ବୁଝାଇବା ପରେ ପୁଣି ଦାୟିତ୍ୱ ନେଲେ

କୋଲକାତା: ଦଳରେ ଅବହେଳିତ ହେଉଥିବା ଅନୁଭବ କରି ବେଙ୍ଗଲ ବିଜେପି ସାଂସଦ ସୌମିତ୍ର ଖାନ ବଡ଼ ପଦକ୍ଷେପ ଗ୍ରହଣ କରିଥିଲେ। ସେ ବେଙ୍ଗଲ ବିଜେପି ଯୁବ ମୋର୍ଚ୍ଚାର ମୁଖ୍ୟ ପଦ ଛାଡ଼ିବା ସହ ଫେସବୁକରେ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ହଠାତ୍‌ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କ ସହ ଆଲୋଚନା କରିବାକୁ ସେ ନିଜ ଇସ୍ତଫାପତ୍ର ଫେରାଇ ନେଇଛନ୍ତି। ଶ୍ରୀ ଶାହ ମଧ୍ୟ ସାଂସଦ ଖାନ ଉଠାଇଥିବା ଅଭିଯୋଗଗୁଡ଼ିକ ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବେଙ୍ଗଲ ବିଜେପିର ସବୁ କିଛି ଠିକଠାକ ଚାଲି ନଥିବା ବୁଧବାର ସନ୍ଧ୍ୟାରେ ସାମ୍ନାକୁ ଆସିଥିଲା। ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେଉଥିବା ବେଳେ ଅନ୍ୟପଟେ ସାଂସଦ ଖାନ ବିଜେପି ଯୁବ ମୋର୍ଚ୍ଚାର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ସେ ଟିଏମସିରୁ ଆସି ବିଜେପିରେ ବିଧାୟକ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ବିଜେପି ପାଇଥିବା ସଫଳତାର ଶ୍ରେୟ ଶୁଭେନ୍ଦୁ ଅଧିକାରୀ ନିଜର ବୋଲି କହି ପ୍ରଚାର ଚଳାଇଥିବା ସାଂସଦ ଖାନ ଅଭିଯୋଗ କରିଥିଲେ। ଏଥିସହ ସେ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷଙ୍କୁ ମଧ୍ୟ ସମାଲୋଚନା କରିଥିଲେ।

ତେବେ ରାତି ପ୍ରାୟ ୯ଟା ବେଳେ ସେ ହଠାତ୍‌ ଫେସବୁକ୍‌ରେ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରୁଥିବା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଫେସବୁକରେ କହିଥିଲେ ଯେ “ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଆମ ବିଜେପି ନେତା ବିଏଲ ସନ୍ତୋଷ, ଅମିତ ଶାହ ଜୀ ଓ ତେଜସ୍ୱୀ ସୂର୍ଯ୍ୟଙ୍କ କଥାକୁ ସମ୍ମାନ ଜଣାଇ ମୁଁ ମୋ ଇସ୍ତଫାପତ୍ର ପ୍ରତ୍ୟାହାର କରୁଛି।” ସୂତ୍ର ଅନୁସାରେ, କେନ୍ଦ୍ରୀୟ ବିଜେପି ନେତାମାନେ ସାଂସଦ ଖାନଙ୍କ ସହ କଥା ହେବା ସହ ସେ ଉଠାଇଥିବା ଅଭିଯୋଗ ଗୁଡ଼ିକର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେମାନେ ତାଙ୍କୁ ଇସ୍ତଫାପତ୍ର ପ୍ରତ୍ୟାହାର କରିବାକୁ ମଧ୍ୟ ଅନୁରୋଧ କରିଥିଲେ।

ସାଂସଦ ଖାନ ପଦ ଛାଡ଼ିବା ପଛର ନିର୍ଦ୍ଦିଷ୍ଟ କାରଣ କିଛି ବି କହି ନଥିଲେ। ହେଲେ ତାଙ୍କର ପଦ ଛାଡ଼ିବା ଓ ବେଙ୍ଗଲର ୪ ଜଣ ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ମଧ୍ୟରେ ଲିଙ୍କ ଥିବା କୁହାଯାଉଛି। ସେ ଯୁବ ମୋର୍ଚ୍ଚା ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥିଲେ ହେଁ ଦଳ ଛାଡ଼ିବେ ନାହିଁ ବୋଲି କହିଥିଲେ।

ସେ ସୋଶାଲ ମିଡିଆରେ ଲେଖିଥିଲେ ଯେ “ ବ୍ୟକ୍ତିଗତ କାରଣ ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ବେଙ୍ଗଲ ଯୁବମୋର୍ଚ୍ଚା ମୁଖ୍ୟ ପଦରୁ ଓହରିବାକୁ ନିଷ୍ପତ୍ତି ନେଇଛି। ମୁଁ ବିଜେପିରେ ଥିଲି, ବିଜେପିରେ ଅଛି ଓ ଆଗକୁ ମଧ୍ୟ ବିଜେପିରେ ରହିବି।”

ସାଂସଦ ଖାନ ୨୦୧୮ରେ ଟିଏମସି ଛାଡ଼ି ବିଜେପିକୁ ଆସିଥିଲେ। ସେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ନ ନେଇ କହିଥିଲେ ଯେ “ଜଣେ ନିର୍ଦ୍ଦିଷ୍ଟ ନେତା ସବୁବେଳେ ଦିଲ୍ଲୀ ଗସ୍ତ କରିବା ସହ ବେଙ୍ଗଲରେ ବିଜେପି ପାଇଥିବା ସଫଳତାର ସବୁ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟର ବିରୋଧୀ ଦଳ ନେତା ଜଣଙ୍କ ଥରେ ଦର୍ପଣ ଦେଖନ୍ତୁ।

ସେ ନୂଆଦିଲ୍ଲୀର ନେତାଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେ ନିଜକୁ ବେଙ୍ଗଲରେ ବିଜେପିର ସର୍ବୋଚ୍ଚ ନେତା ଭାବେ ଚିତ୍ରଣ କରିଛନ୍ତି। ଜିଲ୍ଲା ସ୍ତରର ଜଣେ ଦୁଇ ଜଣ ନେତା ପୂରା ରାଜ୍ୟର ସଂଗଠନକୁ ଚଳାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏଥିସହ ବିଜେପିର ବେଙ୍ଗଲ ମୁଖ୍ୟ ଦିଲୀପ ଘୋଷ ଅଧା ସତ୍ୟ ଜାଣିବାକୁ ସକ୍ଷମ ହେଉଛନ୍ତି ବୋଲି ସେ କହିଛନ୍ତି।

The post ରାଗରେ ପଦ ଛାଡ଼ିଥିଲେ, ଅମିତ ଶାହ ବୁଝାଇବା ପରେ ପୁଣି ଦାୟିତ୍ୱ ନେଲେ appeared first on Odisha Reporter.



from Odisha Reporter https://ift.tt/36l97nA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages