ଭେଟରେନାରି ସାଇନ୍ସରୁ ସ୍ୱାସ୍ଥ୍ୟମନ୍ତ୍ରୀ- ମନସୁଖ ମାଣ୍ତଭିୟଙ୍କ ସଫଳତାର ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ଭେଟରେନାରି ସାଇନ୍ସରୁ ସ୍ୱାସ୍ଥ୍ୟମନ୍ତ୍ରୀ- ମନସୁଖ ମାଣ୍ତଭିୟଙ୍କ ସଫଳତାର ଯାତ୍ରା

ନୂଆଦିଲ୍ଲୀ: ପୂରା ଦେଶ ମହାମାରୀ କରୋନା ସହ ଲଢ଼େଇ କରୁଥିବା ବେଳେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ମନସୁଖ ମାଣ୍ଡଭିୟ। ଏବେ ତାଙ୍କ ନେତୃତ୍ୱରେ ଦେଶ କରୋନା ସହ ଲଢ଼େଇ କରିବ। ପୂର୍ବରୁ ଡାକ୍ତର ହର୍ଷବର୍ଦ୍ଧନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ସେ ବିଫଳ ହେବାରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

ସରକାର ମହାମାରୀ କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଉଦ୍ୟମ କରୁଥିବା ବେଳେ ମନସୁଖ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ଭେଟରେନାରି ସାଇନ୍ସ ପାଠ ପଢ଼ିଥିବା ମନସୁଖ ଏବେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବାରୁ ସବୁଆଡ଼େ ଏହାକୁ ନେଇ ଚର୍ଚ୍ଚା। ସେ କୃଷି ବିଶ୍ୱବିଦ୍ୟାଳୟରୁ ଭେଟେରିନାରୀ ସାଇନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ରାଜନୀତି ବିଜ୍ଞାନରେ ମଧ୍ୟ ମାଷ୍ଟର ଡିଗ୍ରୀ ପାଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରୁଥିଲେ। ୬ ଦିନ ହେଲା ସେ ମନ୍ତ୍ରୀ ଭାବେ ପୁଣେରେ ସେରମ, ଅହମଦାବାଦରେ ଜାୟଡ ଓ ସମାନ ସହରରେ ଥିବା କୋଭାକ୍ସିନ କରୋନା ଟିକାର ଉତ୍ପାଦନ କେନ୍ଦ୍ରକୁ ଯାଇ ସ୍ଥିତିର ଯାଞ୍ଚ କରିଛନ୍ତି। ମନ୍ତ୍ରୀ ଭାବେ ସେ ଭଲ କାମ କରୁଥିବାରୁ ମୋଦିଙ୍କ କ୍ୟାବିନେଟରେ ତାଙ୍କୁ ସୁଯୋଗ ଦିଆଯାଇଛି।

ଗୁଜରାଟରୁ ରାଜ୍ୟସଭାକୁ ଆସିଥିବା ୪୯ ବର୍ଷୀୟ ମନସୁଖ ଏକଦା ସଂସଦକୁ ସାଇକେଲ ଧରି ଆସିଥିଲେ। ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।

ମନସୁଖ ୨୦ ବର୍ଷ ବୟସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସଦସ୍ୟ ଭାବେ କାମ ଆରମ୍ଭ କରିଥିଲେ। ଏହାପରେ ସେ ଏବିଭିପିର ରାଜ୍ୟ କାର୍ଯ୍ୟକର୍ତ୍ତା ହୋଇଥିଲେ। ଏହିଠାରୁ ହିଁ ମନସୁଖ ଧୀରେଧୀରେ ବିଜେପି ପାଇଁ କାମ କରିବା ସହ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଥିଲେ।

ମାତ୍ର ୨୮ ବର୍ଷ ବୟସରେ ସେ ସବୁଠାରୁ କନିଷ୍ଠ ବିଧାୟକ ହେବାର ରେକର୍ଡ କରିଥିଲେ। ୨୦୦୨ରେ ସେ ପଲିତାନା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୦୭ ଯାଏ ବିଧାୟକ ଭାବେ କାର୍ଯ୍ୟ କରିବା ପରେ ୨୦୧୧ରୁ ୨୦୧୨ ଯାଏ ଗୁଜରାଟ ଏଗ୍ରୋ ଇଣ୍ଡଷ୍ଟ୍ରୀଜ କର୍ପୋରେସନର ଅଧ୍ୟକ୍ଷ ହୋଇଥିଲେ।

୨୦୧୨ରେ ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ରେ ସେ ପୁଣି ଥରେ ରାଜ୍ୟସଭାକୁ ଯାଇଛନ୍ତି। ୨୦୧୩ରେ ସେ ସବୁଠାରୁ କନିଷ୍ଠ ନେତା ଭାବେ ଗୁଜରାଟ ବିଜେପିର ସମ୍ପାଦକ ପଦ ପାଇଥିଲେ। ୨୦୧୬ରେ ମନସୁଖ ମାଣ୍ଡଭିୟ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିମ୍‌ରେ ସାମିଲ ହୋଇଥିଲେ।

ତାଙ୍କୁ ସଡ଼କ ଓ ପରିବହନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ଏହା ସହ ଶିପିଂ, ସାର ଓ ରସାୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ସେ ଭଲ କାମ କରିବାରୁ ବୁଧବାର ଯେଉଁ ୭ ଜଣଙ୍କୁ ମୋଦି ପଦୋନ୍ନତି ଦେଇ ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟା ଦେଇଛନ୍ତି, ସେମାନଙ୍କ ମଧ୍ୟରେ ମନସୁଖ ଅନ୍ୟତମ।

The post ଭେଟରେନାରି ସାଇନ୍ସରୁ ସ୍ୱାସ୍ଥ୍ୟମନ୍ତ୍ରୀ- ମନସୁଖ ମାଣ୍ତଭିୟଙ୍କ ସଫଳତାର ଯାତ୍ରା appeared first on Odisha Reporter.



from Odisha Reporter https://ift.tt/36iuqpF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages