ମୁମ୍ବାଇ: ବଲିଉଡ ଅଭିନେତା ରୋନିତ୍ ରୟ। ସେ ବଲିଉଡର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ତେବେ ବି-ଟାଉନର ଏହି ଅଭିନେତା ଏବେ କୁଆଡେ ଟେଲିଭିଜନ ଦୁନିଆରେ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି। ସବୁଠୁ ଲୋକପ୍ରିୟ ଏବଂ ସୁପର ହିଟ୍ ସିରିଏଲ୍ ‘ଅନୁପମା’ରେ ସେ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଏସବୁ ଚର୍ଚ୍ଚା ଉପରେ ଏବେ ବିରାମ ଲଗାଇଛନ୍ତି ଏହି ଅଭିନେତା। ସିରିଏଲ୍ ଅନୁପମାରେ ତାଙ୍କ ଏଣ୍ଟ୍ରିକୁ ନେଇ ସେ କରିଛନ୍ତି ବଡ଼ ଖୁଲାସା।
ରୋନିତ୍ ରୟ ଶୁକ୍ରବାର ଦିନ ଟେଲିଭିଜନ ଦୁନିଆରେ ଏଣ୍ଟ୍ରି କରିବାକୁ ନେଇ ମୁହଁ ଖୋଲିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ‘ଡିଜିଟାଲ ମିଡିଆ ତାଙ୍କୁ ବିଭିନ୍ନ ଟିଭି ଶୋ’ ସହ ଯୋଡୁଛି। କିନ୍ତୁ ଏସବୁ ଖବର ମିଛ। ସେ ଟେଲିଭିଜନ ଦୁନିଆରେ କିଛି ବି କରୁନାହାନ୍ତି। ଏଭଳି କରିବାକୁ ସେ ଚିନ୍ତା ମଧ୍ୟ କରିନାହାନ୍ତି। ସେ ଟିଭିରେ କିଛି ବି ପ୍ରୋଜେକ୍ଟ ହାତକୁ ନେଇ ନାହାନ୍ତି ବୋଲି କହିଛନ୍ତି।’
ସୂଚନା ମୁତାବକ ଗତ କିଛି ଦିନ ହେବ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ରୋନିତଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଥିଲା। ଏଥିରେ ସେ ସିରିଏଲ୍ର ଲିଡ୍ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲିଙ୍କ ସହ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିଲା। କିନ୍ତୁ ଏସବୁ ଖବର ଉପରେ ରୋନିତ୍ ଏବେ ପୂର୍ଣ୍ଣଛେଦ ଲଗାଇଛନ୍ତି। ଏହା କେବଳ ମିଛ ଗୁଜବ ବୋଲି ସେ କହିଛନ୍ତି।
The post ‘ଅନୁପମା’ରେ ଏଣ୍ଟ୍ରି କରିବେ ରୋନିତ! appeared first on Odisha Reporter.
from Odisha Reporter https://ift.tt/3qYAEVv
No comments:
Post a Comment