କୋଭିଡର ତୃତୀୟ ଲହର ପାଇଁ ଲୋକେ ଦାୟୀ ରହିବେ: ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 10, 2021

କୋଭିଡର ତୃତୀୟ ଲହର ପାଇଁ ଲୋକେ ଦାୟୀ ରହିବେ: ସର୍ଭେ

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ସାରା ଦେଶରେ ଏବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସମୟରେ କିନ୍ତୁ ଅନେକ ଲୋକ କୋଭିଡର ପ୍ରୋଟୋକଲ ଉଲ୍ଲଂଘନ କରୁଥିବା ଜଣାପଡ଼ିଛି। ମାସ୍କ ପିନ୍ଧୁନଥିବା ବେଳେ ସାମାଜିକ ଦୂରତାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଆଇଏଏନଏସ ସି ଭୋଟର ଏକ ସର୍ଭେ କରିଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ ଲୋକମାନେ ଅସାବଧାନ ହେଲେ କୋଭିଡର ତୃତୀୟ ଲହର ଆସିବ। ଆଉ ଏଥିପାଇଁ କେବଳ ଲୋକମାନେ ହିଁ ଦାୟୀ ରହିବେ।

ଆଇଏଏନଏସ ନ୍ୟୁଜ୍ ଟ୍ରାକରରେ ୫୭ ପ୍ରତିଶତ ମତ ରଖିଛନ୍ତି ଯେ ଯଦି କୋଭିଡର ତୃତୀୟ ଲହର ଦେଶକୁ ଆସେ ତେବେ ସାଧାରଣ ଜନତା ଦାୟୀ ରହିବେ। ଆଉ ୩୪ ପ୍ରତିଶତ କହିଛନ୍ତି ଯେ କେବଳ ସରକାର ଦାୟୀ ରହିବେ। ବାକି ଲୋକ କୌଣସି ଉତ୍ତର ଦେଇ ନାହାନ୍ତି।

ସେହିଭଳି ଦେଶରେ ଟିକାର ଅଭାବ ନାହିଁ ବୋଲି କେନ୍ଦ୍ର କହୁଛି। ହେଲେ ଆଇଏଏନଏସ ସର୍ଭେରେ ଏହାର ଓଲଟା ଫଳାଫଳ ଦେଖିବାକୁ ମିଳିଛି। ଅନେକ ଲୋକ ସର୍ଭେରେ କହିଛନ୍ତି ଯେ ଟିକା ନେବାକୁ ଲୋକେ ଆଗ୍ରହୀ କିନ୍ତୁ ଟିକା ସହଜରେ ମିଳୁନାହିଁ। ଟିକା ନେବାକୁ ହେଲେ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ୪୭ ପ୍ରତିଶତ କହିଛନ୍ତି ଯେ ଟିକା ପାଇବା ପାଇଁ ସେମାନଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଛି, ଯେତେବେଳେ କି ୪୨ ପ୍ରତିଶତ ନିଜର ଭିନ୍ନ ଭିନ୍ନ ଅନୁଭୂତି ବାଣ୍ଟିଛନ୍ତି। ଅବଶିଷ୍ଟ ଲୋକ କହିଛନ୍ତି ଦେଶରେ ଟିକା ଉପଲବ୍ଧତା ବିଷୟରେ ସେମାନେ ଠିକ୍ ଭାବରେ ଜାଣି ନାହାନ୍ତି।

ଅକ୍କିଜେନ ପ୍ଲାଣ୍ଟକୁ ନେଇ ହୋଇଥିବା ସର୍ଭେରେ ୫୧ ପ୍ରତିଶତ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସରକାର ବିଳମ୍ବ କରୁଛନ୍ତି। କେବଳ ୩୮ ପ୍ରତିଶତ ଲୋକ କହିଛନ୍ତି ଯେ ଠିକ୍ ସମୟରେ ନିଷ୍ପତ୍ତି ନିଆଯାଇଛି। ଅବଶିଷ୍ଟ ଲୋକ କହିଛନ୍ତି ଯେ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଇଛନ୍ତି ନା ମହାମାରୀ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଛି କି ନାହିଁ ସେ ସମ୍ପର୍କରେ କୌଣସି ମତ ପ୍ରକାଶ କରିବାରେ ସେମାନେ ଅସମର୍ଥ।

The post କୋଭିଡର ତୃତୀୟ ଲହର ପାଇଁ ଲୋକେ ଦାୟୀ ରହିବେ: ସର୍ଭେ appeared first on Odisha Reporter.



from Odisha Reporter https://ift.tt/3emgRKD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages