ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତମ ନଗରରେ ଅଭାବନୀୟ ଘଟଣା ଘଟିଛି। କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ଘରେ ଦିନ ଦ୍ୱିପ୍ରହରରେ କଳାକନା ବୁଲାଇ ଦେଇଛନ୍ତି। ସେମାନେ ଘର ଭିତରେ ଜୋରଜବରଦସ୍ତ ପ୍ରବେଶ କରି ବନ୍ଧୁକ ମୁନରେ ପୂରା ପରିବାରକୁ ପଣବନ୍ଦୀ କରି ଦେଇଥିଲେ। ଏହାପରେ ଘରେ ଥିବା ସମସ୍ତ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ଫେରାର ହୋଇ ଯାଇଛନ୍ତି। ବୁଧବାର ଦିନ ୨.୧୫ରେ ଘଟିଥିବା ଏହି ଘଟଣା ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି।
ପୁଲିସ୍ ଘଟଣାରେ ଏଫଆଇଆର ରୁଜୁ କରି ଲୁଟେରାଙ୍କୁ ଧରିବା ପାଇଁ ଏକାଧିକ ଟିମ ଗଠନ କରିଛି। କ୍ରାଇମବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ଘରର ମାଲିକ ବିନୋଦ ନିଜ କାମରେ ବାହାରକୁ ଯାଇଥିବା ବେଳେ ଲୁଟ ବେଳେ ଘର ମଧ୍ୟରେ ତାଙ୍କ ପତ୍ନୀ ସୀମା, ମା’, ଶାଳକ ସଚିନ, ୪ ବର୍ଷ ଓ ୩ ବର୍ଷର ଦୁଇ ପିଲା ରହିଥିଲେ।
ପୁଲିସ୍ ସନ୍ଦେହ କରୁଛି ଯେ ଘର ଭିତରୁ ହିଁ କେହି ଏହି ଲୁଟ ପଛରେ ରହିଛି। ଲୁଟେରାମାନେ ପରିବାର ସମ୍ପର୍କରେ ଭଲ ଭାବେ ତଥ୍ୟ ସଂଗ୍ରହ କରିବା ପରେ ଯୋଜନାବଦ୍ଧ ଭାବେ ବିଲଡିଂର ୪ର୍ଥ ମହଲାରେ ଥିବା ବିନୋଦଙ୍କ ଘରେ କଳାକନା ବୁଲାଇ ଛନ୍ତି। ସିସିଟିଭି ଅନୁଯାୟୀ, ଲୁଟେରାମାନେ ମାସ୍କ ଓ ହେଲମେଟ ପିନ୍ଧି ଦୁଇଟି ସ୍କୁଟିରେ ଆସିଥିଲେ।
ଜଣେ ଦୁର୍ବୃତ୍ତ ପ୍ରଥମେ ଘରର ବେଲ ବଜାଇବାରୁ ସୀମା କବାଟ ଖୋଲିଥିଲେ। ଦୁର୍ବୃତ୍ତ ଜଣଙ୍କ ନିଜକୁ ଇଲେକ୍ଟ୍ରି ସିଟି ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଘର ଭିତରକୁ ପ୍ରବେଶ କରିଥିଲା। ଏହାପରେ ସେ ନିଜ ପାଖରେ ରଖିଥିବା ବନ୍ଧୁକ ଦେଖାଇ ସୀମାଙ୍କୁ ପଛକୁ ଘୁଞ୍ଚିବାକୁ କହିଥିଲା।
ଏହି ସମୟରେ ତାଙ୍କ ପାଖରେ ଥିବା ଛୋଟ ଝିଅ କାନ୍ଧିବା ଆରମ୍ଭ କରିଥିଲା। ଦୁର୍ବୃତ୍ତ ସହ ଥିବା ଆଉ ୩ ଜଣ ମଧ୍ୟ ଘରେ ପଶି ସମସ୍ତ ସଦସ୍ୟଙ୍କୁ ବନ୍ଧୁକ ଓ ଛୁରୀ ଦ୍ୱାରା ଭୟଭୀତ କରାଇବା ଆରମ୍ଭ କରିଥିଲେ। ଜଣେ ଦୁର୍ବୃତ୍ତ ସଚିନଙ୍କୁ ମାଡ଼ ମାରିବା ସହ ଗୋଟିଏ ଟେପ୍ରେ ତାଙ୍କ ହାତକୁ ବାନ୍ଧି ଦେଇଥିଲା।
ସମସ୍ତଙ୍କୁ ଚୁପରେ ବସିବାକୁ ଲୁଟେରାମାନେ ନିର୍ଦ୍ଦେଶ ଦେବା ପରେ ବିଭିନ୍ନ ରୁମରେ ପଶି ପ୍ରାୟ ୩୦ ମିନିଟ୍ ଧରି ଲୁଟପାଟ କରିଥିଲେ। ଟଙ୍କା ରହିଥିବା ଆଲମିରାକୁ ଖୋଲିବାକୁ ସେମାନେ ସୀମାଙ୍କୁ କହିଥିଲେ। ସେମାନେ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯିବା ପରେ ୩.୪୨ରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
The post ବନ୍ଧୁକ ମୁନରେ ପୂରା ପରିବାରକୁ ପଣବନ୍ଦୀ କରି ଲୁଟିଲେ appeared first on Odisha Reporter.
from Odisha Reporter https://ift.tt/36ic0Wc
No comments:
Post a Comment