ଅଜଣା ଝିଅକୁ ଦେଇଥିଲେ ପରିଚୟ, କନ୍ୟା ଦାନ ବି କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ଅଜଣା ଝିଅକୁ ଦେଇଥିଲେ ପରିଚୟ, କନ୍ୟା ଦାନ ବି କଲେ

କଟକ(ଓଡ଼ିଶା ରିପୋର୍ଟର): ଆଜିର ସ୍ୱାର୍ଥପର ଦୁନିଆରେ ଦରକାର ପଡ଼ିଲେ ନିଜ ଲୋକ ପର କରି ମୁହଁ ବୁଲାଇ ଦେଉଛନ୍ତି। ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ପରକୁ ଆପଣାଇ ମାନବିକତାର ପରିଚୟ ଦେଉଛନ୍ତି। ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କଟକର ସମାଜସେବୀ ବିଭୂତି ରାୟ।

୧୨ ବର୍ଷେ ପୂର୍ବେ କଟକ ବଡ଼ ମେଡିକାଲରେ ଏକାକୀ ଥିବା ଏକ କୁନି ଝିଅର ସେବା କରି ତାକୁ ନୂଆ ଜୀବନ ଦେଇଥିଲେ ବିଭୂତି। ଝିଅଟି ବଞ୍ଚିଗଲା ସିନା ତା’ର ନିଜର ବୋଲି କେହି  ନ ଥିବାରୁ ତାକୁ କୋଳେଇ ନେଲେ ।  ସେବେଠୁ ନିଜ ଝିଅ ଭାବେ ପାଳି ଗେଲବସରରେ ବଢ଼ାଇ ଏବେ ତା’ର କନ୍ୟାଦାନ ବି କଲେ। କଟକ ସତୀଚଉରା ମଶାଣିରେ ଶହଶହ କରୋନା ମୃତକଙ୍କ ଶବଦାହ କରି ଚର୍ଚ୍ଚାକୁ ଆସିଥିବା କଟକର ସମାଜସେବୀ ବିଭୂତି ରାୟ ଏବେ ଏକ ନିଆରା କାର୍ଯ୍ୟ  କରି ଚର୍ଚ୍ଚାକୁ ଆସିଛନ୍ତି ।

କନିଆ ବେଶରେ ଅନିତା।

୧୨ ବର୍ଷ ତଳେ ଏକ ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଏକ ଛୋଟ ଝିଅଟିଏ ମଧ୍ୟ ଆସିଥିଲା  । ମେଡିକାଲରେ ସ୍ୱେଚ୍ଛାସେବୀ କାମ କରୁଥିବା ବିଭୂତି ସେହି ଅଜଣା ଝିଅର ସେବା କରି ତାର ଜୀବନ ବଞ୍ଚାଇଥିଲେ । ଏହାପରେ ସେହି ଝିଅର କେହି ପରିବାର ଲୋକେ ନ ଆସିବାରୁ ବିଭୂତି ତାକୁ ପୋଷ୍ୟ କନ୍ୟା ଭାବେ ଆଦରି ନେଇ ତାର ନାଁ ଦେଇଥିଲେ ଅନୀତା ।

ନିଜର ଆଉ ଦୁଇଟି କନ୍ୟା ଥିଲେ ମଧ୍ୟ ବିଭୂତି ଓ ତାଙ୍କ ସ୍ତ୍ରୀ ନିଜ ପିଲାମାନଙ୍କ ଠାରୁ ଅଧିକ ଭଲ ପାଉଥିଲେ ଅନୀତାଙ୍କୁ।  ଏବେ ଏକ ଯୋଗ୍ୟ ବର ଦେଖି ସେ ଅନୀତାଙ୍କୁ ବାହା ଦେଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ପରିବାର ସଦସ୍ୟଙ୍କ ସହ ଅନିତା।

ବାପ ଘରୁ ଚାଲିଯିବା କୋହକୁ ଛାତିରେ ଚାପି ରଖି ଅନିତା କହିଛନ୍ତି, “ବାପା ସମାଜସେବା କରନ୍ତି। ମୋତେ ମେଡିକାଲରୁ ପାଇ ଆଣି ଘରେ ରଖିଲେ। ଭଲ ଜାଗାରେ ବାହା ଦେଉଛନ୍ତି। ସେମାନେ ମୋ ବାପାମା’ ନୁହନ୍ତି, ଭଗବାନ।  ଜନ୍ମ କଲା ବାପାମା’ ବି ଏତିକି କରି ନ ଥାନ୍ତେ। ମୁଁ ବହୁତ ଖୁସି।”

ବିବାହ ବେଦୀରେ ଅନିତା।

ଦେହରୁ ଅଙ୍ଗ ଗଲେ ଯେପରି ପରିସ୍ଥିତି ହୁଏ, ମୋର ଏବେ ସେପରି ପରିସ୍ଥିତି । ଝିଅ ଦିନେ ନା ଦିନେ ଶାଶୁ ଘରକୁ ଯିବ, ତାହା ବିଧିର ବିଧାନ । ସେଥିପାଇଁ ଛାତିରେ ପଥର ରଖି ଝିଅକୁ ଶାଶୁ ଘରକୁ ପଠାଉଛି।  ଯାହା ଘରକୁ ଯାଉଛି, ସେମାନେ ତାକୁ ନିଜର କରି ରଖନ୍ତୁ। ଝିଅ ବି କେବେ ନିଜ କର୍ତ୍ତବ୍ୟରେ ହେଳା ନ କରୁ ବୋଲି ଭଗବାନଙ୍କୁ ଡାକୁଛି ବୋଲି କହିଛନ୍ତି ବିଭୂତି ରାୟ।

The post ଅଜଣା ଝିଅକୁ ଦେଇଥିଲେ ପରିଚୟ, କନ୍ୟା ଦାନ ବି କଲେ appeared first on Odisha Reporter.



from Odisha Reporter https://ift.tt/3jSbmGO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages