ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ସେବିର ଛାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ସେବିର ଛାଟ

ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବଢ଼ୁଛି ବିବାଦ। ପ୍ରଥମେ କ୍ରାଇମବ୍ରାଞ୍ଚ ତା’ପରେ ଇକୋନମିକ୍ ଅଫେନ୍ସ ଆଉ ଏବେ ସେବିର ଛାଟ ପଡିଛି। ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲରେ ଫସିଥିବା ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ କମ୍ପାନୀ ଭିଆନ୍ ଇଣ୍ଡଷ୍ଟ୍ରି ଉପରେ ଜରିମାନା ଲଗାଇଛି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(ସେବି) । ଅନ୍ତର୍ନିହିତ ବାଣିଜ୍ୟ ନିୟମ ଉଲ୍ଲଂଘନ ଆଧାରରେ ସେବି ୩ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

ମିଳିଥିବା ସୂଚନା ମୁତାବକ, ୨୦୧୩ ସେପ୍ଟେମ୍ବରରୁ ୨୦୧୫ ଡିସେମ୍ବର ୨୩ ଅବଧି ସମୟରେ ଭିଆନ୍ ଇଣ୍ଡଷ୍ଟ୍ରିର କାରବାରର ଯାଞ୍ଚ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ରାଜ କୁନ୍ଦ୍ରା, ଶିଳ୍ପା ସେଟ୍ଟୀ ଓ ଭିଆନ୍ ଇଣ୍ଡଷ୍ଟ୍ରିଜ ସେବିର ବିନିମୟ ନିୟମର ଉଲ୍ଲଂଘନ କରିଥିଲେ। ଏହି କାରଣରୁ ସେମାନଙ୍କ ଉପରେ ୩ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।

ବିଜନେସ୍ ଟୁଡେ ଅନୁଯାୟୀ, ସେବି ଆଦେଶରେ ଦର୍ଶାଯାଇଛି ଯେ ୨୦୧୫ ଅକ୍ଟୋବର ୨୯ରେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚାରି ଜଣଙ୍କୁ ୫ ଲକ୍ଷ ସେୟାର ବଣ୍ଟନ କରିଛି ଏବଂ ରାଜ ଓ ଶିଳ୍ପା ଶେଟ୍ଟୀଙ୍କୁ ୧ ଲକ୍ଷ ୨୮ ହଜାର ୮ଶହ ସେୟାର ବଣ୍ଟନ କରାଯାଇଛି।

ନିୟମ ଅନୁଯାୟୀ ସେୟାର ବଣ୍ଟନ ପରେ ଏନେଇ କମ୍ପାନୀ ସେବିକୁ ଜଣାଇବାର ଥିଲା। କାରଣ ଏହି କାରବାର ୧୦ ଲକ୍ଷରୁ ଅଧିକ ଥିଲା କିନ୍ତୁ କମ୍ପାନୀ ଏହା ଜଣାଇ ନାହିଁ। କମ୍ପାନୀକୁ ଦୁଇ ଦିନ ମଧ୍ୟରେ ଷ୍ଟକ୍ ଏକ୍ସଚେଞ୍ଜକୁ ମଧ୍ୟ ଏହି ସୂଚନା ଦେବାର ଥିଲାଜ୍ଝ ଅନୁସନ୍ଧାନରେ ସେବି ଜାଣିବାକୁ ପାଇଥିଲା ଯେ ଉଭୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିନାହାଁନ୍ତି।

ବୁଧବାର ମୁମ୍ବାଇର ଏକ ଅଦାଲତ ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ କରିବା ଏବଂ ଏହାକୁ ଆପ୍ସ ଜରିଆରେ ପ୍ରସାରିତ କରିବା ମାମଲାରେ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ରାଜ କୁନ୍ଦ୍ରାଙ୍କୁ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। କୁନ୍ଦ୍ରାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଜୁଲାଇ ୧୯ରେ ଗିରଫ କରିଥିଲା।

The post ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ସେବିର ଛାଟ appeared first on Odisha Reporter.



from Odisha Reporter https://ift.tt/3ybrrfd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages