ପୁରୀ ବେଳାଭୂମିରେ ପରଷାଯିବ ମଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 29, 2021

ପୁରୀ ବେଳାଭୂମିରେ ପରଷାଯିବ ମଦ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ପରଷାଯିବ ମଦ। ଗୋଆ ଭଳି ପୁରୀ ବେଳାଭୂମୀରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ଆରମ୍ଭ ହେବ ‘ବିଚ୍ ସ୍ନାକ୍ସ’ ପ୍ରୋଗ୍ରାମ୍‌। ତେବେ ପୁରୀ ଏକ ଧାର୍ମିକ ସ୍ଥଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ଏପରି ବ୍ୟବସ୍ଥା  ଆରମ୍ଭ ହେବା ନେଇ ଦେଖାଦେଇଛି ଅନିଶ୍ଚିତତା।

ସୂଚନାଯୋଗ୍ୟ, ପୁରୀ ବେଳାଭୂମିରେ  ମଦ୍ୟ ପାନ ବ୍ୟବସ୍ଥା ବ୍ୟବସ୍ଥା ନିମନ୍ତେ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଆବେଦନର ଶେଷ ଦିନ ରହିଛି ।

ଅନ୍ୟପଟେ ଶ୍ରୀକ୍ଷେତ୍ର ଭଳି ଜାଗାରେ ପର୍ଯ୍ୟଟନର ବିକାଶ ନାଁରେ ଓଟିଡିସି ପକ୍ଷରୁ ମଦର ପ୍ରସାର ନିମନ୍ତେ ହେଉଥିବା ଯୋଜନାକୁ କଡ଼ା ବିରୋଧ କରିଛନ୍ତି ପୁରୀ ସହରର ବିଭିନ୍ନ ସଂଗଠନ । ପୁରୀ ସହରରେ ଏପରି ଯୋଜନା କେବେ କି ଆରମ୍ଭ ହେବାକୁ ଦିଆଯିବନି ବୋଲି  ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ୫୦ରୁ ଅଧିକ ସଂଗଠନ ଏକତ୍ରିତ ହୋଇ ଏନେଇ ଆଜି ପୁରୀ ଜିଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ ପାଇଁ ଦାବି ଜଣାଇଛନ୍ତି।

ପୁରୀ ଏପରି ଏକ ପବିତ୍ର ସ୍ଥାନ ଯେଉଁଠି ପ୍ରଭୁଙ୍କ ଦର୍ଶନ କଲେ ମୁକ୍ତି ମିଳେ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ପ୍ରଭୁ ରାସ୍ତାକୁ ଆସି ବଡ଼ଦାଣ୍ଡରେ ବୁଲନ୍ତି ।  ମଦ, ମାଂସ ନୃତ୍ୟ କରି ଏପରି ଏକ ଧାର୍ମିକ ସ୍ଥାନର ସାଂସ୍କୃତିକ ଅବକ୍ଷୟ କରିବା, ଭାରତୀୟଙ୍କ ଯୁଗ ଯୁଗର ନୈତିକ, ମୌଳିକ ଅଧିକାର ଉପରେ ଆଘାତ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ।

ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥାକୁ ବିରୋଧ କରି ଆଜି ୨୧ ଅନୁଷ୍ଠାନ ଦାବିପତ୍ର ଦେଇଛନ୍ତି। ସରକାରଙ୍କ ତରଫରୁ ଏନେଇ ଏକ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିନ୍ତୁ ଏହାଦ୍ୱାରା ଯେପରି ପୁରୀର ଐତିହ୍ୟ ଉପରେ କୁପ୍ରଭାବ ନ ପଡ଼େ ସେ ଦିଗରେ ପଦକ୍ଷେପ ନିଆଯିବ। ଏହା ସରକାରଙ୍କ ଏକ ପଦକ୍ଷେପ ହୋଇଥିବା ବେଳେ ଏନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

The post ପୁରୀ ବେଳାଭୂମିରେ ପରଷାଯିବ ମଦ appeared first on Odisha Reporter.



from Odisha Reporter https://ift.tt/3BO99D7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages