ଇଏ କାଳେ ପାର୍କ ? ଖର୍ଚ୍ଚ ହୋଇ ସାରିଲାଣି ୭ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ଇଏ କାଳେ ପାର୍କ ? ଖର୍ଚ୍ଚ ହୋଇ ସାରିଲାଣି ୭ ଲକ୍ଷ

ବାଙ୍କି(ସଞ୍ଜୀପ କୁମାର ନାୟକ): ଗ୍ରାମବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଗାଁରେ ନିର୍ମିତ ହୋଇଛି ରୟାଲ ପାର୍କ। ଏଥିପାଇଁ ୭ ଲକ୍ଷ ଟଙ୍କା ବି ଖର୍ଚ୍ଚ ହୋଇଛି। ହେଲେ ଖୋଦ ଗାଁ ଲୋକଙ୍କୁ ଏ ବିଷୟରେ କିଛି ଖବର ନାହିଁ। କାରଣ ଯେଉଁ ଜାଗାକୁ ପାର୍କ ବୋଲି ଚିହ୍ନଟ କରାଯାଇ ଟଙ୍କା ଉଠାଯାଇଛି, ସେଠାରେ ପାର୍କର ଚିହ୍ନବର୍ଣ୍ଣ ନାହିଁ। ଏବେବି ତାହା ଏକ ଶ୍ମଶାନ ଥିବା ବେଳେ ଚାରିଆଡ଼େ ଉଠିଛି ଅନାବନା ଘାସ। ପାର୍କ କେବଳ କାଗଜକଲମରେ ଥିବା ବେଳେ ବାସ୍ତବରେ ତାହା ଏବେ ବି ଶ୍ମଶାନ।

ଏପରି ଦୁର୍ନୀତି କେଉଁ ଆଦିବାସୀ ଅଧୁଷିତ ଜିଲ୍ଲା ନୁହେଁ, ଖୋଦ କଟକ ଜିଲ୍ଲାରେ ହୋଇଛି। ଜିଲ୍ଲାର ବାଙ୍କୀ ଡମପଡ଼ା ବ୍ଲକ ତାଳବସ୍ତ ପଞ୍ଚାୟତର ସାମନ୍ତରାୟପୁରରେ ଖୁଲମଖୁଲା ଏପରି ଗୋଟିଏ ପରେ ଗୋଟିଏ ଦୁର୍ନୀତି ଫର୍ଦ୍ଦ ଯୋଡ଼ି ହୋଇ ଚାଲିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିକଟରେ କିଛି ଖବର ନାହିଁ ।  ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି କହି ଦାୟିତ୍ୱ ସାରିଛନ୍ତି କଟକ ପିଡି ଡିଆରଡିଏ ଅମ୍ବର କର।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇବା ସହ ଉନ୍ନୟନମୂଳକ କାମ ଲାଗି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ସାମନ୍ତରାୟପୁରରେ ବେଧଡ଼କ ଲମ୍ବି ଚାଲିଛି ଦୁର୍ନୀତିର ଚେର।  ଏଠାରେ ଶ୍ରମିକ କାମ କରିନାହାନ୍ତି, ହେଲେ ମଷ୍ଟର ରୋଲରେ ସେମାନଙ୍କ ଜବକାର୍ଡ ରହିବା ସହ ଟଙ୍କା ଉଠାଯାଇଛି । କୌଣସି କାମ ନ ହୋଇ ଟଙ୍କା କିଭଳି ଉଠିଛି ସେ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ବାଙ୍କୀ ଡମପଡ଼ା ବ୍ଲକ୍ ତାଳବସ୍ତା ପଞ୍ଚାୟତର ସାମନ୍ତରାୟପୁର ଗାଁରେ ରହିଛି ରୟାଲ ପାର୍କ । ରୁର୍ବାନ ଯୋଜନାରେ ଏଠାରେ ନିର୍ମାଣ ହୋଇଛି ଏହି ପାର୍କ । ଆଉ ଉଠାଯାଇଛି ୭ଲକ୍ଷ ଟଙ୍କା। ହେଲେ ପାର୍କ କେବଳ କାଗଜକଲମରେ ଥିବା ବେଳେ ବାସ୍ତବରେ ସେହି ଜାଗା  ହେଉଛି ଗାଁର ଶ୍ମଶାନ। ଯେଉଁଠି ପାର୍କର କୌଣସି ଚିହ୍ନବର୍ଣ୍ଣ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏନେଇ ସାମନ୍ତରାୟପୁର ଗ୍ରାମର ଚଣ୍ଡେଶ୍ୱର ଜେନା ନାମକ ବ୍ୟକ୍ତି କହିଛନ୍ତି,   “ପୋଖରୀ କାମ ପାଇଁ ଟଙ୍କା ଆସିଲା, ହେଲେ ଯେଉଁ ପଙ୍କକୁ ସେହି ପଙ୍କ। ଆମଠୁ ଜବକାର୍ଡ ମାଗି ନେଇ କାମ କରିଛନ୍ତି। ଆମେ କିଛି ଜାଣିନୁ। ଜବକାର୍ଡରେ ମୋର ମଷ୍ଟର ରୋଲ ନମ୍ବର-୭୭୯୧ ରହିଛି।  ହେଲେ କାମ କଣ ମୁଁ ଜାଣିନି।”

ପୋଖରୀ ଖନନ ପାଇଁ ୧୦ ଲକ୍ଷ ଆସିଥିବା ବେଳେ ଅବସ୍ଥା ଯାହାକୁ ତାହା।

ଏନେଇ ସାମନ୍ତରାୟପୁରର ଜଣେ ବାସିନ୍ଦା ‘କହିଛନ୍ତି, ଆମ ଗାଁରେ ୭ ଲକ୍ଷ ଟଙ୍କାରେ ପାର୍କ ହୋଇଛି। ସେ ପଇସା ବି ଉଠି ଯାଇଛି।  ହେଲେ ତାହା କେଉଁଠି ଅଛି ଆମେ ଜାଣିପାରୁନୁ। ଯଦି ସରକାରୀ ଅଧିକାରୀ କେହି ଆସି ଦେଖାଇ ଦିଅନ୍ତେ ତା ହେଲେ ଆମେ ଉପକୃତ ହୁଅନ୍ତୁ।

ଏହାବାଦ ପ୍ରତାପ ସିଂ ରଥ ନାମକ  ସାମନ୍ତରାୟପୁର ବାସିନ୍ଦା କହିଛନ୍ତି, ଶ୍ରମିକଙ୍କ ଦ୍ୱାରା ଉନ୍ନୟନମୂଳକ କାମ କରିବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ସମସ୍ତଙ୍କ ଜାଣତରେ ମେସିନରେ କାମ ହୋଇଛି। ଗାଁ ଲୋକଙ୍କ ଜବକାର୍ଡ ନେଇଯାଇଛନ୍ତି। ସେମାନଙ୍କଠାରୁ ଟଙ୍କା ନେଇ କିଛି ଟଙ୍କା ସେମାନଙ୍କୁ ଦେଉଥିବା ଜଣାଯାଇଛି।

କେବଳ ଏତିକିରେ ସୀମିତ ରହିନି ଜାଲିଆତିର ଫର୍ଦ୍ଦ । ଗାଁରେ ଥିବା ଇନ୍ଦିରା ପ୍ରିୟଦର୍ଶିନୀ ହାଇସ୍କୁଲ ଖେଳପଡିଆର ଉନ୍ନତିକରଣ ନାମରେ ବି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି  । ଉନ୍ନତିକରଣ ଯୋଜନାରେ କେବେଳ ୪ ଟି ସିମେଣ୍ଟରେ ବେଞ୍ଚ ନିର୍ମାଣ ହୋଇଛି । ଆଉ ବିଲ୍‌ ଉଠାଯାଇଛି ୫ ଲକ୍ଷ ଟଙ୍କା ।

ଖେଳପଡିଆର ଉନ୍ନତିକରଣ ନାମରେ ଉଠା ସରିଛି ୫ ଲକ୍ଷ।

ଏ ନେଇ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା DRDAର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର । ଏନେଇ  DRDA ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି, ସାମନ୍ତରାପୁର ଗାଁରେ କିଛି ଅନିୟମିତତା ଥିବା ନେଇ ଅଭିଯୋଗ ଆସିଲେ ଆମେ ପଦକ୍ଷେପ ନେବୁ । ଡିଆରଡିଏର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ପଠାଇ ତଦନ୍ତ କରିବୁ।  ଅଭିଯୁକ୍ତଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ।

The post ଇଏ କାଳେ ପାର୍କ ? ଖର୍ଚ୍ଚ ହୋଇ ସାରିଲାଣି ୭ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3hZggk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages